ଆମେରିକା: ସ୍କୁଲ ଭିତରେ ଛାତ୍ରୀଙ୍କ ଆଖିବୁଜା ଗୁଳିମାଡ଼ । ଶିକ୍ଷକଙ୍କ ସମେତ ଚାଲିଗଲା ୩ ଜଣଙ୍କ ଜୀବନ । ୱିସ୍କୋସିନ୍ରେ ଏକ ବିଦ୍ୟାଳୟରେ ଜଣେ ଛାତ୍ରୀ ଏହି ଗୁଳିମାଡ଼ କରିଛନ୍ତି । ଗୁଳିମାଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସେପଟେ ଗୁଳିମାଡ଼ କରିଥିବା ଛାତ୍ରୀ ଜଣଙ୍କ ପୋଲିସ ଏନ୍କାଉଣ୍ଟରରେ ମୃତ୍ୟୁ ବରଣ କରିଛି । ବର୍ତ୍ତମାନ ସୁଦ୍ଧା ସୁଟର ଛାତ୍ରୀଙ୍କ ପରିଚୟ ମିଳିପାରି ନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।
ଅନୁସାରେ, ଖ୍ରୀଷ୍ଟମାସ ପୂର୍ବରୁ ଏଭଳି ଗୁଳିମାଡ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଗୁଳିମାଡ ଦେଇଥିବା ସ୍କୁଲରେ ୩୯୦ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ । ସୁଟର ଛାତ୍ରୀ ଜଣଙ୍କର ବୟସ ୧୭ ବର୍ଷ ହୋଇଥିବା ବେଳେ ସେ କାହିଁକି ଏଭଳି କାମ କରିଲେ ତାକୁ ନେଇ ଚର୍ଚ୍ଚା ବୃଦ୍ଧି ପାଇଛି । ତେବେ ସୁଟର ଛାତ୍ରୀ ଜଣଙ୍କ ୯ଏମଏମ ପିସ୍ତଲ ବ୍ୟବହାର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
Comments are closed.