Latest Odisha News

BREAKING NEWS

ଭାରତ କମ୍ପାନୀ ପ୍ରସ୍ତୁତ ଆଇ ଡ୍ରପ ପକାଇ ଆମେରିକାରେ ୩ ମୃତ; ୮ ଜଣ ହରାଇଲେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନୀର ଏକ ଆଇ ଡ୍ରପ ଆମେରିକାରେ ହଇଚଇ ସୃଷ୍ଟି କରିଛି । ଏହି ଆଇଡ୍ରପ ବ୍ୟବହାର କରିବା ଦ୍ୱାରା ସେଠାରେ ୩ ଜଣଙ୍କ ମୃ୍ତ୍ୟୁ ଘଟିଥିବାବେଳେ ୮ ଜଣ ଦୃଷ୍ଟି ଶକ୍ତି ହରାଇଛିନ୍ତି । ଆମେରିକାରେ ଚିକିତ୍ସା ସେବା ଉପରେ ଦୃଷ୍ଟି ରଖିଥିବା ଏଜେନ୍ସି ଏହି ଆଇ ଡ୍ରପରେ ଅତ୍ୟଧିକ ଔଷଧ ପ୍ରତିରୋଧ ବ୍ୟାକ୍ଟେରିଆ ଥିବା ଆଶଙ୍କା କରି ଚିନ୍ତା ବ୍ୟକ୍ତି କରିଛି । ଆମେରିକାର ରୋଗ ନିରାକରଣ  ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ତଥ୍ୟକୁ ଭିତ୍ତିକରି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏହା କୁହାଯାଇଛି । ଏହି ରିପୋର୍ଟ ଅନୁଯାୟୀ ଆଇ ଡ୍ରପ ବ୍ୟବହାର କରିବା ଦ୍ୱାରା ୮ ଜଣ ଲୋକ ସେମାନଙ୍କ ଦୃଷ୍ଟି ଶକ୍ତି ହରାଇଛନ୍ତି । ଏକ ଡର୍ଜନରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ସାମ୍ନାକୁ ଆସିଛି ।

ନ୍ୟୁୟର୍କ ଟାଇମ୍ସ ସୂତ୍ରରୁ ଜଣାଯାଇଛି, ଚେନ୍ନାଇ ସ୍ଥିତ ଗ୍ଲୋବାଲ ଫାର୍ମା ହେଲଥକେୟାର ପକ୍ଷରୁ ପ୍ରସ୍ତୁତ  ଏହି ଆଇ ଡ୍ରପ ବ୍ରାଣ୍ଡର ନାମ ଏଜ୍ରିକେୟର ଆର୍ଟିଫିସିଆଲ ଟିୟର୍ସ । ସିଡିସି ପକ୍ଷରୁ କୁହାଯାଇଛି, ଭାରତରୁ ମିଳିଥିବା ଏହି ଆଇ ଡ୍ରପରେ ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆ ରହିଛି । ଏହି ଔଷଧ ପୂର୍ବରୁ କେବେ ଆମେରିକାରେ  ବ୍ୟବହାର ହୋଇ ନ ଥିବାରୁ ଏହାର ଚିକିତ୍ସା ନେଇ ସମସ୍ୟା ସୃଷ୍ଟି ହୋଇଥିବା ଡାକ୍ତରୀ ଟିମ କହିଛନ୍ତି ।

ସୂଚନାଥାଉ କି, ଚେନ୍ନାଇରୁ ୪୦ କିମି ଦକ୍ଷିଣରେ ଥିବା ଗ୍ଲୋବାଲ ଫାର୍ମା ହେଲଥ କେୟାର ଫେବ୍ରୁଆରୀରେ ଆମେରିକା ବଜାରକୁ ପଠାଉଥିବା ଆଇ ଡ୍ରପର ଉତ୍ପାଦନ ବନ୍ଦ କରି ଦେଇଥିଲା । ସ୍ୱେଚ୍ଛାକୃତ ଭାବେ ଏହି କମ୍ପାନୀ ଏଜ୍ରିକେୟାର ଆର୍ଟିଫିସିଆଲ ଟିୟର୍ସ ଏବଂ ଡେଲସନ ଫାର୍ମାର ଆର୍ଟିଫିସିଆଲ ଟିୟର୍ସର ସମସ୍ତ ବଳକା ଲଟ୍କୁ ମଧ୍ୟ ଫେରାଇ ଆଣିଥିଲା ।

ଏଠି ମନେ ପକାଇ ଦେବୁ, ଗତବର୍ଷ ଗାମ୍ବିଆ ଏବଂ ଉଜବେକିସ୍ତାନରେ କଫ ସିରଫ ଖାଇ ପ୍ରାୟ ଡର୍ଜନରୁ ଅଧିକ ଶିଶୁ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ପୁଣି ଆଇ ଡ୍ରପ ଜୀବନ ନେବା ଘଟଣା ସାମ୍ନାକୁ ଆସିଛି ।

Comments are closed.