Latest Odisha News

BREAKING NEWS

ଇରାନକୁ କଡ଼ା ଜବାବ; ଏୟାର ଷ୍ଟ୍ରାଇକ କଲା ଆମେରିକା

ତେହେରାନ: ବୁଧବାର ପ୍ରତ୍ୟୁଷରେ ଆମେରିକାର ସେନା ଇରାନ ଉପରେ ଆକ୍ରମଣ କରିଛି। ହରମୁଜ୍ ପ୍ରଣାଳୀରେ ତିନୋଟି ବାଣିଜ୍ୟକ ଜାହାଜ ଉପରେ ଆକ୍ରମଣ ହେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ କରାଯାଇଥିଲା।

ଯୁଦ୍ଧ ଆରମ୍ଭରେ (୨୮ ଫେବୃଆରୀ) ଇସ୍ରାଏଲ-ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିବା ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ସମାରୋହ ସମୟରେ ଏହି ଆକ୍ରମଣ କରାଯାଇଥିଲା। ଯାହା ପୁଣି ଥରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି କରାଇଛି।

ଆମେରିକାର ସେନା ହରମୁଜ୍ ପ୍ରଣାଳୀ ନିକଟରେ ଇରାନୀ ଦ୍ୱୀପପୁଞ୍ଜକୁ ଟାର୍ଗେଟ କରିଛି। ଇରାନ ଉପରେ ଆକ୍ରମଣ ପରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରିଛି। ବିବୃତ୍ତିରେ କୁହାଯାଇଛି ଯେ ଆନ୍ତର୍ଜାତୀୟ ଜଳପଥରେ ନିରୀହ ନାଗରିକଙ୍କୁ ନେଇ ଯାଉଥିବା ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିଥିବାରୁ ଆମେରିକା ସେନା ଏହି ଆକ୍ରମଣରେ ଇରାନକୁ ଜବାବ ଦେଇଛି। ତେବେ ଆକ୍ରମଣ ପରେ ଇରାନ ପ୍ରତିଶୋଧ ନେବାକୁ ଧମକ ଦେଇଥିବା ଜଣାପଡ଼ିଛି।

 

Leave A Reply

Your email address will not be published.