Latest Odisha News

ଟିକା ନେଇଥିଲେ ବି ମାସ୍କ ପିନ୍ଧିବା ଜରୁରୀ

ନୂଆଦିଲ୍ଲୀ: ଆମେରିକାରେ କରୋନା ସ୍ଥିତି ପୁଣି ନିୟନ୍ତ୍ରଣ ବାହାରେ। କରୋନା ସଂକ୍ରମଣରେ ଭାରତକୁ ଟପିଛି ଆମେରିକା। ସଂକ୍ରମଣ ବୃଦ୍ଧି ପାଇବା ପଛର କାରଣ ହେଉଛି କରୋନାର ପ୍ରମୁଖ ପ୍ରଜାତି ଡେଲ୍‌ଟା। ତେବେ ଆମେରିକାରେ ଅଧାରୁ ଅଧିକ ଲୋକ ଟିକାକରଣ କରିସାରିଥିବା ବେଳେ ବାଇଡେନ୍‌ ସରକାର ଜନସାଧାରଣଙ୍କ ପାଇଁ କରୋନା କଟକଣା କୋହଳ କରିଥିଲେ।

ଏହାପରେ ସଂକ୍ରମଣ ବଢିବା ଯୋଗୁ ପୁଣି ଥରେ ଦେଶରେ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରିଛନ୍ତି ବାଇଡେନ୍‌ ସରକାର। ଟିକା ନେଇଥିଲେ ବି ମାକ୍ସ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଉଚିତ୍ ବୋଲି ଆମେରିକାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମଙ୍ଗଳବାର କହିଛନ୍ତି।

ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ କାରଣରୁ ଆମେରିକାର କରୋନାଭାଇରସ୍ ରୋଗ ବୃଦ୍ଧି ପାଇବାରେ ଲାଗିଛି। ଯାହା ଭାରତରେ ଉତ୍ପନ୍ନ ହୋଇଥିଲା। କିନ୍ତୁ ଶୀଘ୍ର ଓ ସହଜରେ ବ୍ୟାପିଥାଏ।

Leave A Reply

Your email address will not be published.