Latest Odisha News

BREAKING NEWS

ପ୍ରେମିକ ସାଜିଲା ପିଶାଚ: ପ୍ରେମିକାକୁ ଜୀଅନ୍ତା ଜାଳିଦେଲା

ଗଞ୍ଜାମ: ପ୍ରେମିକ ସାଜିଲା ପିଶାଚ । ଯାହାକୁ ଭଲ ପାଉଥିଲା ତାକୁ ପୋଡ଼ି ମାରି ଦେଲା । ଯୁବତୀଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ । ଏଭଳି ବାଭତ୍ସ ଓ ହୃଦୟବିଦାରକ ଘଟଣା ସାମନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରୁ । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି ।

ଅଭିଯୋଗ ହୋଇଛି, ପ୍ରତାପପୁର ଗାଁର କୃଷ୍ଣଚନ୍ଦ୍ର ସାହୁ ପୋଲସରା ଅଞ୍ଚଳର ଯୁବତୀଙ୍କୁ ଭଲ ପାଉଥିଲେ । କଥା ହେବା ବାହାନାରେ ଯୁବତୀଙ୍କୁ ଏକ ପରିତ୍ୟକ୍ତ ଘରକୁ ଡାକିଥିଲେ । ପରେ ଯୁବତୀଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା କୃଷ୍ଣଚନ୍ଦ୍ର ।

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ଯୁବତୀ । ପୋଲିସ ତାଙ୍କର ମୃତ୍ୟୁକାଳୀନ ବୟାନ ରେକର୍ଡ କରିଛି । ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ କେଶପୁର ଛକରୁ ଗିରଫ କରିଛି ପୁରୁଷୋତ୍ତମପୁର ଥାନା ପୋଲିସ ।

ଏହି ଘଟଣା ସମଗ୍ର ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରଶ୍ନ ଉଠୁଛି, ଏମିତି କାହିଁକି କଲା କୃଷ୍ଣଚନ୍ଦ୍ର ? କେଉଁଠି ପ୍ରେମ ପାଇଁ ପ୍ରେମିକ ଜୀବନ ଦେଇ ଦେଉଛି । କିନ୍ତୁ କୃଷ୍ଣଚନ୍ଦ୍ର ପ୍ରେମରେ କଳଙ୍କ ବୋଳି ଦେଇଛି । ଯାହାକୁ ପ୍ରେମ କରୁଥିଲା ତାକୁ ଏମିତି ନୃଶଂସ ଭାବରେ ମାରିବାକୁ ଟିକେ ବି କୁଣ୍ଠାବୋଧ କଲାନି କେମିତି ?

Leave A Reply

Your email address will not be published.