Latest Odisha News

BREAKING NEWS

ୟୁକ୍ରେନ ଓ ରୁଷ ଯୁଦ୍ଧ ଜୁନ୍ ସୁଦ୍ଧା ଶେଷ କରିବାକୁ ଚାହୁଁଛି ଆମେରିକା: ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ଯୁଦ୍ଧକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ଓ ରୁଷକୁ ଯୁଦ୍ଧ ଶେଷ କରିବାକୁ ଜୁନ୍ ମାସ ପର୍ଯ୍ୟନ୍ତ ନୂଆ ସମୟସୀମା ଦେଇଛି । ଆସନ୍ତା ସପ୍ତାହରେ ଦୁଇ ଦେଶକୁ ଆଉ ଏକ ପର୍ଯ୍ୟାୟ ଆଲୋଚନା ପାଇଁ ଡକାଯାଇଛି । ଯଦି ଜୁନ୍ ସୁଦ୍ଧା କୌଣସି ଚୁକ୍ତିନାମାରେ ନପହଞ୍ଚା ଯାଏ, ତେବେ ଆମେରିକା ଉଭୟ ପକ୍ଷ ଉପରେ ଆହୁରି ଚାପ ପକାଇପାରେ ବୋଲି ଜେଲେନସ୍କି ଗଣମାଧ୍ୟମକୁ କହିଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପୂର୍ବରୁ କହଥିଲେ ଯେ, ସେ ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ସମାପ୍ତ କରିବେ । ହେଲେ ଏହି ଲକ୍ଷ୍ୟପୂରଣ ହୋଇପାରିନାହିଁ । ପରବର୍ତ୍ତୀ ସମୟରେ ଆମେରିକା ଗତ ବର୍ଷ ଅଗଷ୍ଟରେ ଏକ ନୂତନ ସମୟସୀମା ସ୍ଥିର କରିଥିଲା, କିନ୍ତୁ ତାହା ମଧ୍ୟ କୌଣସି ଫଳାଫଳ ବିନା ଶେଷ ହୋଇଯାଇଥିଲା ।

ସେହିପରି, ଚଳିତ ସପ୍ତାହରେ, ଆବୁଧାବିରେ ଆମେରିକା ନେତୃତ୍ୱରେ ଦୁଇ ଦିନିଆ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକ କୌଣସି ବଡ଼ ଫଳାଫଳ ଦେଇ ନଥିଲେ ମଧ୍ୟ, ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖ୍ୟ କିରିଲୋ ବୁଡାନୋଭ କହିଥିଲେ, ତ୍ରିପାକ୍ଷିକ ଆଲୋଚନା ସକାରାତ୍ମକ ଥିଲା। ଜେଲେନସ୍କି କହିଛନ୍ତି. ଟ୍ରମ୍ପ ପ୍ରଶାସନ ଏବେ ଆମେରିକାରେ ପରବର୍ତ୍ତୀ ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତାବ ଦେଉଛି। ଏହି ବୈଠକ ଆସନ୍ତା ସପ୍ତାହରେ ମିଆମିରେ ହୋଇପାରେ । ଯଦି ରୁଷ ପ୍ରକୃତରେ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛି, ତେବେ ଏକ ନିର୍ଦ୍ଦିଷ୍ଟ ସମୟସୀମା ଜରୁରୀ ବୋଲି ସେ କହିଛନ୍ତି ।

Comments are closed.