Latest Odisha News

BREAKING NEWS

ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା, ରିୟା ଷଡଯନ୍ତ୍ର କରୁଥିଲେ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍‌ରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ମିଳୁଛି । ସିବିଆଇ ଜୋରସୋରରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପରେ ରିୟା ଚକ୍ରବର୍ତିଙ୍କ ଆଡକୁ ସନ୍ଦେହ ଯାଉଛି । ବୁଧବାର ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ରିୟା ଚକ୍ରବର୍ତିଙ୍କ ହ୍ୱାଟସ ଆପ୍ ମେସେଜରୁ ଏହା ଜଣାପଡିଛି । ପୂର୍ବରୁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁ ପଛରେ ଡ୍ରଗ୍ସ ବେପାରୀଙ୍କ ହାତ ଥିବା କହିଥିଲେ । ରିୟାଙ୍କ ଡିଲିଟ ଚାଟକୁ ପୁନଃଉଦ୍ଧାର କରାଯିବା ପରେ ସେ ଡ୍ରଗ୍ସ ସମ୍ପର୍କରେ କେତେ ଜଣଙ୍କ ସହ କଥା ହେଉଥିବା ଜଣା ପଡିଥିଲା ।

BjdElectrycity

ପ୍ରଥମ ଚାଟରେ ରିୟା ଡ୍ରଗ୍ସ ଡିଲର ଗୌରବ ଆଚାର୍ଯ୍ୟଙ୍କ ସହ କଥା ହୋଇଥିଲେ । ଦ୍ୱିତୀୟରେ ଏମଡିଏମଏ ଡ୍ରଗ୍ସ ସମ୍ପର୍କରେ ଗୌରବଙ୍କୁ ପଚାରୁଛନ୍ତି । ୨୫ ନଭେମ୍ବର ୨୦୧୯ର ଏକ ଚାଟରେ ଚା କିମ୍ବା କଫିରେ ୪ ବୁନ୍ଦା ପକାଇ ସୁଶାନ୍ତଙ୍କ ପିଇବାକୁ ଦିଅ ବୋଲି ଗୌରବ କହୁଛନ୍ତି । ୩୦/୪୦ ମିନିଟ ପରେ ଏହାର ପ୍ରତିକ୍ରିୟା କଣ ହେଉଛି ଜଣାଅ । ଏହି ଖବର ଟାଇମ୍ସ ନାଓରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.