Latest Odisha News

BREAKING NEWS

ଗଣିତ ଖେଳ ୧: ସାତ ଖଣ୍ଡରେ ଶହେ ଆକାର

ମାତ୍ର ୭ଖଣ୍ଡ ଜ୍ୟାମିତିକ ଆକାର, ଆଉ ତାକୁ ଯୋଡି ସେଥିରୁ ତିଆରି କରିହେବ ଶହ ଶହ ପ୍ରକାର ଚିତ୍ର । ୨ଖଣ୍ଡ ବଡ ସମକୋଣୀ ତ୍ରିଭୂଜ, ୧ଖଣ୍ଡ ମଝି ଆକାରର ସମକୋଣୀ ତ୍ରିଭୂଜ, ୨ଖଣ୍ଡ ଛୋଟ ସମକୋଣୀ ତ୍ରିଭୂଜ, ୧ଖଣ୍ଡ ବର୍ଗାକାର ଏବଂ ଖଣ୍ଡିଏ ଠିକିରି ଆକାର, ଏତିକିରୁ ଏତେ ପ୍ରକାର ଚିତ୍ର ବନାଇ ହେବ ଯେ ଆଶ୍ଚର‌୍ୟ୍ୟ ଲାଗିବ । ଏହି ପଜଲ୍‌ରେ ପିଲାଠୁ ବଡ ସମସ୍ତେ ଘଂଟା ଘଂଟା ଧରି ଖେଳିପାରିବେ । ପିଲା ମାନେ ବିଭିନ୍ନ ଜ୍ୟାମିତିକ ଆକାର ସଂପର୍କରେ ଜାଣି ପାରିବେ ଆଉ ତାସହ ଖୁବ ମଜା କରିପାରିବେ ।

ଏହି ଟ୍ୟାନଗ୍ରାମ୍ ପଜଲ୍ ୨ଶହ ବର୍ଷ ପୁରୁଣା ଯାହାର ଜନ୍ମସ୍ଥାନ ଚୀନ । ଖଣ୍ଡିଏ ବର୍ଗାକାର ମୋଟା କାଗଜକୁ କାଟି ଆମେ ବନାଇ ପାରିବା ଟ୍ୟାନଗ୍ରାମ । ୫ଇଂଚିଆ ବର୍ଗାକାର ମୋଟା କାର୍ଡ ବୋର୍ଡ ଟିଏ ନିଅ । ଚିତ୍ରରେ ଦେଖା ଯାଇଥିବା ଭଳି ସେଥିରେ ଗାର ପକାଇ ତା ଉପରେ କାଟ । ବାସ ତାପରେ ଏଥିରୁ ମିଳିଯିବ ବିଭିନ୍ନ ଆକୃତିର ୭ଖଣ୍ଡ ।

ଏବେ ଏହାକୁ ଯୋଡି ବିଭିନ୍ନ ଆକାର ବନାଇ ପାରିବ । ଚିତ୍ରକୁ ଦେଖ । କିନ୍ତୁ ଏଇଠି ସରିନି । ନିଜେ ନିଜେ ଆହୁରି ମଧ୍ୟ ଅନେକ ଆକାର ବନାଇ ପାରିବ । କେବଳ ସେତିକି ନୁହେଁ ୭ଖଣ୍ଡକୁ ଯୋଡି ବିଭିନ୍ନ ଜ୍ୟାମିତିକ ଆକାର ବନାଇ ହେବ ।

Leave A Reply

Your email address will not be published.