Latest Odisha News

BREAKING NEWS

ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ବେଳେ ‘ଭଗବତ ଗୀତା’ର ବ୍ୟବହାର, ତେଜୁଛି ବିବାଦ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଗତ ସପ୍ତାହ ଶେଷରେ ରିଲିଜ୍ ହୋଇଥିବା ଅନ୍ୟତମ ହିଲିଉଡ ଫିଲ୍ମ ‘ଓପେନହାଇମର’ (Oppenheimer)କୁ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

କ୍ରିଷ୍ଟୋଫର ନୋଲାନଙ୍କ ଏହି ନୂଆ ଫିଲ୍ମଟି ରବର୍ଟ ଓପନହାଇମରଙ୍କ ବହୁଚର୍ଚ୍ଚିତ ବାୟୋପିକ୍। ଯିଏକି ‘ପରମାଣୁ ବୋମାର ଜନକ’ ବୋଲି କୁହାଯାଏ। କିନ୍ତୁ ସମସ୍ୟାଟି ଏକ ଆପତ୍ତିଜନକ ଦୃଶ୍ୟ ବା ସେକ୍ସ ସିନ୍ ଉପରେ ରହିଛି। ଓପେନହାଇମର ଭୂମିକାରେ ଅଭିନୟ କରୁଥିବା ସିଲିଆନ ମର୍ଫି ଫ୍ଲୋରେନ୍ସ ପଘଙ୍କ ସହ ସେକ୍ସ କରୁଥିବା ବେଳେ ଭାଗବତ ପଢ଼ୁଥିବାର ଦେଖିବାକୁ ମିଳିଛି।

ଏହି ଦୃଶ୍ୟକୁ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ କିଭଳି ଅନୁମୋଦନ ଦେଲା ତାର ତଦନ୍ତ ଦାବି କରିଛନ୍ତି। ଏବଂ ଏହି ଫିଲ୍ମରେ ଦେଖାଯାଇଥିବା ସିନ ହିନ୍ଦୁ ଧର୍ମ ଉପରେ ଆକ୍ରମଣ ବୋଲି କହିଛନ୍ତି। ‘ସେଭ୍ କଲଚର ସେଭ୍ ଇଣ୍ଡିଆ ଫାଉଣ୍ଡେସନ୍’ ଏହାକୁ ନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି।

ଫିଲ୍ମର ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ପଘ ସିଲିଆନଙ୍କୁ ଜୋରରେ ଭଗବତ ଗୀତା ପଢିବାକୁ କହୁଛନ୍ତି। ଯେଉଁ ସମୟରେ ଦୁଇ ଜଣ ସେକ୍ସ କରୁଥିବା ଦେଖିବାକୁ ମିଳିଛି। ଏବେ ଏହାର ତଦନ୍ତ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରଣାଳୟ ଦ୍ୱାରା କରାଯିବା ଉଚିତ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ ବୋଲି ସେଭ୍ କଲ୍ଚର ସେଭ୍ ଇଣ୍ଡିଆ ଫାଉଣ୍ଡେସନ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛି। ଭାରତ ସରକାରଙ୍କ ସୂଚନା କମିଶନର ଉଦୟ ମାହୁରକର କହିଛନ୍ତି, ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଏହି ଦୃଶ୍ୟ ସହ ଫିଲ୍ମକୁ କିପରି ଅନୁମୋଦନ ଦେଲା ସେ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Comments are closed.