ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଯେତେବେଳେ ବାହାରାକୁ ବୁଲିବାକୁ ଯାଉ ଫୋନ ଚାର୍ଜ ହୋଇଛି କିନା ତା’ଉପରେ ନଜର ଦେଉଥାଉ । ଆଉ ଯଦି ଭୁଲରେ ଫୋନ ଚାର୍ଜ ନକରିଥାଉ ତେବେ କଥା ସରିଲା । ଏମିତି ସମୟରେ ଭାବିଥାଉ କିଛି ଗୋଟେ ଚମତ୍କାର ହୋଇଯାନ୍ତାନି ଫୋନରେ ଚାର୍ଜ ଫୁଲ ହୋଉଯାନ୍ତା । ଆଜିକାଲି ଅନେକ ନୂଆ ସ୍ମାର୍ଟଫୋନ୍ରେ ଫାଷ୍ଟ ଚାର୍ଜିଂର ସୁବିଧା ମିଳୁଛି। କିନ୍ତୁ ଯଦି ଆପଣଙ୍କ ଫୋନ୍ରେ ଫାଷ୍ଟ ଚାର୍ଜିଂ ସପୋର୍ଟ ନାହିଁ, ତେବେ ମଧ୍ୟ କିଛି ହାକ୍ସ ଆପଣାଇ ଆପଣ ଫୋନ୍କୁ ଶୀଘ୍ର ଚାର୍ଜ କରିପାରିବେ। ଆଜି ଆମେ ଏପରି କିଛି ଟିପ୍ସ ଆଣିଛୁ।
ଫୋନ୍କୁ ଦୀର୍ଘ ସମୟ ଧରି ସୁରକ୍ଷିତ ଭାବେ ଏବଂ ଦ୍ରୁତ ଚାର୍ଜ କରିବା ପାଇଁ ସର୍ଟିଫାଏଡ କିମ୍ବା ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଆଡାପ୍ଟର ଏବଂ କେବୁଲ୍ ବ୍ୟବହାର କରନ୍ତୁ। ଯଦି ଆପଣ କମ ଶକ୍ତିସମ୍ପନ୍ନ ଆଡାପ୍ଟର ବ୍ୟବହାର କରନ୍ତି, ତେବେ ଏହା ଅଧିକ ସମୟ ନେବ ଏବଂ ବ୍ୟାଟେରୀ ଆୟୁଷ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ।
ସଧାରଣତଃ ଓ୍ଵାଲ୍ ସକେଟ୍ରେ ଚାର୍ଜ କରନ୍ତୁ
ପାୱାର ବ୍ୟାଙ୍କ କିମ୍ବା ଲାପଟପ୍-ପିସି ଭଳି ଅନ୍ୟ ଡିଭାଇସ୍ରୁ ଚାର୍ଜ କଲେ ଫୋନ୍ ଧୀରେ ଚାର୍ଜ ହୁଏ। ଫାଷ୍ଟ ଚାର୍ଜିଂ ପାଇଁ ସବୁବେଳେ ଫୋନ୍କୁ ଓ୍ଵାଲ୍ ସକେଟ୍ରେ ଚାର୍ଜ କରନ୍ତୁ। USB ପୋର୍ଟ ତୁଳନାରେ ଓ୍ଵାଲ୍ ସକେଟ୍ ଫୋନ୍କୁ ଅଧିକ ଶକ୍ତି ଯୋଗାଇଥାଏ, ଯାହାଦ୍ୱାରା ଏହା ଶୀଘ୍ର ଚାର୍ଜ ହୁଏ।
ଏୟାରପ୍ଲେନ୍ ମୋଡ୍ ମଧ୍ୟ ସାହାଯ୍ୟ କରିବ
ଯଦି ଆପଣଙ୍କୁ ତୁରନ୍ତ ଫୋନ୍ ଚାର୍ଜ କରିବାର ଆବଶ୍ୟକତା ଅଛି, ତେବେ ଚାର୍ଜିଂ ସମୟରେ ଫୋନ୍କୁ ଏୟାରପ୍ଲେନ୍ ମୋଡ୍ରେ ରଖନ୍ତୁ। ଏହାଦ୍ୱାରା ଫୋନ୍ରେ ଚାଲୁଥିବା ବ୍ୟାକଗ୍ରାଉଣ୍ଡ ଆକ୍ଟିଭିଟି ବନ୍ଦ ହୋଇଯିବ ଏବଂ ବ୍ୟାଟେରୀକୁ ଅତିରିକ୍ତ ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ତେଣୁ ଆବଶ୍ୟକତା ଅନୁସାରେ ଚାର୍ଜିଂ ସମୟରେ ଫୋନ୍କୁ ଏୟାରପ୍ଲେନ୍ ମୋଡ୍ରେ ରଖନ୍ତୁ।
ଚାର୍ଜିଂ ସମୟରେ ଫୋନ୍ ବ୍ୟବହାର କରନ୍ତୁ ନାହିଁ
ଅନେକ ଲୋକଙ୍କର ଅଭ୍ୟାସ ଥାଏ ଯେ ସେମାନେ ଫୋନ୍କୁ ଚାର୍ଜିଂରେ ଲଗାଇ ଭିଡିଓ ଷ୍ଟ୍ରିମିଂ କିମ୍ବା ଗେମିଂ ଆରମ୍ଭ କରିଦିଅନ୍ତି। ଏହାଦ୍ୱାରା ଚାର୍ଜିଂର ଗତି ଧୀମା ହୁଏ ଏବଂ ଏହା ଫୋନ୍ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ତେଣୁ ଯେତେ ସମୟ ଫୋନ୍ ଚାର୍ଜିଂରେ ଅଛି, ଏହାକୁ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ।
BREAKING NEWS
- ଥାଳିରୁ ଦୂରେଇ ଯାଉଛି ଡାଲି:ବର୍ଷକରେ ୧୯ ପ୍ରତିଶତ ମହଙ୍ଗା ହେଲା ହରଡ଼ ଡାଲି
- ୪ ଶିଶୁଙ୍କୁ ନୂଆ ଜୀବନ ଦେଇ ଚାଲିଗଲେ ଆସମତି;ଗାଁରେ ଶୋକ ସହ ପ୍ରଶଂସାର ସ୍ୱର
- ସରକାରଙ୍କ ଉପରେ ବର୍ଷିଲେ ହସିନା;କହିଲେ- ସ୍ୱାଧୀନତା ମିଳି ନଥିଲେ ବାଂଲାଦେଶକୁ ପାକିସ୍ତାନୀ ସେନାର ଜୋତା ମାଡ଼ ସହିବାକୁ ପଡ଼ିଥାନ୍ତା
- ନକ୍ସଲ ସଂଗଠନକୁ ବଡ଼ ଝଟକା; କମାଣ୍ଡର ଚନ୍ଦରଙ୍କ ସମେତ ୫ନକ୍ସଲଙ୍କ ଆତ୍ମସମର୍ପଣ
- ସୟଦ ମୋଦୀ ଇଣ୍ଟରନ୍ୟାସନାଲ: ଫାଇନାଲରେ ଥାଇଲାଣ୍ଡର ସୁପାନିଡାଙ୍କଠାରୁ ହାରିଲେ ତନ୍ଭୀ
- ସୁନା ଖୋଜୁଥିବା ବ୍ୟକ୍ତିଙ୍କୁ ମିଳିଲା ୧୭ କିଲୋର ରହସ୍ୟମୟ ପଥର
- ଅପହରଣ ଘଟଣାରେ ପୋଲିସକୁ ବଡ଼ ସଫଳତା; ଅଳ୍ପ ଘଣ୍ଟା ମଧ୍ୟରେ ଯୁବତୀ ହେଲେ ଉଦ୍ଧାର
- Shami Meets BJP Chief:ରାଜନୀତି ଫିଲ୍ଡରେ ଡେବ୍ୟୁ କରିବେ କି ସାମି?ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କୁ ଭେଟିଲେ
- ସମୁଦ୍ରରେ ଲୁଚି ମାଛ ଧରୁଥିବା ଜାହାଜର ପର୍ଦ୍ଦାଫାସ କରିବେ ସାମୁଦ୍ରିକ ପକ୍ଷୀ
- Kataka Ganesh Ghat Murder Case:ଗଣେଶଘାଟ ହତ୍ୟାକାଣ୍ଡ:ଗିରଫଦାରୀ ସଂଖ୍ୟା ୩୨କୁ ବୃଦ୍ଧି,ସିସିଟିଭି ଫୁଟେଜ୍ ଚାଲିଛି ଯାଞ୍ଚ
Comments are closed.