ଭୁବନେଶ୍ୱର:ଆଉ ଏଣିକି ରାସ୍ତାରେ ରହିବନି ଅଚଳ ଗାଡି । ଅଚଳ ଗାଡିକୁ କେଉଁଠି ରଖିବେ, କେମିତି ରଖିବେ ସେ ଦାୟତ୍ୱ ମାଲିକଙ୍କର । ଯଦି ଭୁଲରେ ବି ରାସ୍ତାରେ ଅଚଳ ଗାଡି ରଖୁଥାନ୍ତି ତେବେ ସାବଧାନ ! ଦେଖିବା ମାତ୍ରେ ଉଠାଇ ନେବ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ବିଏମସି ପକ୍ଷରୁ ଏପରି ନୋଟିସ ଜାରି କରାଯାଇଛି ।
ବିଏମସି ପକ୍ଷରୁ ଏକ ନାେଟିସ ଜାରି କରାଯାଇ କୁହାଯାଇଛି, ରାସ୍ତାରେ ଅଚଳ ଓ ଅବ୍ୟବହୃତ ଗାଡି ରାସ୍ତାରେ ରଖିଲେ ଟେିକିନେବ ବିଏମସି । ଖାଲି ଅଚଳ ଗାଡ଼ି ନୁହେଁ, ଖାଦ୍ୟ ବିକ୍ରି ପାଇଁ ବ୍ୟବହୃତ ଠେଲା, କ୍ୟାବିନ୍ ଓ ବ୍ୟବହାର ହେଉନଥିବା ଟାୟାର ବି ରାସ୍ତାକଡରେ ରଖି ହେବ ନାହିଁ ।
ବିଏମସି ପକ୍ଷରୁ କୁହାଯାଇଛି, ଏପରି ଗାଡି ରଖୁଥିଲେ ପ୍ରଥମେ ମାଲିକଙ୍କୁ ତାଗିଦ କରାଯିବ । ବିଏମସି ପକ୍ଷରୁ ନୋଟିସ ଦିଆଯିବ । ଏପରିକି ୭ ଦିନ ସମୟ ମଧ୍ୟ ଦିଆଯିବ। ତା ଭିତରେ ଯଦି ଗାଡି ହଟା ନ ଗଲା ତେବେ ଗାଡି ଉଠାଇ ନେବ ବୋଲି ବିଏମସି ତାଗିଦ କରିଛି ।
ପ୍ରଥମେ ବିଏମସି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ରାସ୍ତାକଡରେ ଥିବା ଅଚଳ ଗାଡିରେ ବିଏମସି କର୍ମଚାରୀ ଆସି ନୋଟିସ୍ ଲଗାଇ ଦେଇ ଯାଇଛନ୍ତି । ବିଏମସସି ପକ୍ଷରୁ ଏ ନେଇ କୁହାଯାଇଛି, ଦୀର୍ଘ ଦିନ ଧରି ରାସ୍ତା ଉପରେ ଏପରି ଗାଡି ରଖାଯାଉଥିବାରୁ ପରିମଳ ସ୍ଥିତି ଖରାପ ହେଉଛି । ରାସ୍ତା ସଫା କରିବାରେ ସଫେଇ କର୍ମଚାରୀ ସମସ୍ୟା ଭୋଗୁଛନ୍ତି । ତେଣୁ ଏପରି ଗାଡିକୁ ରାସ୍ତାରୁ ହଟାଯିବ ବୋଲି ବିଏମସି ଟୁଇଟ କରି ଅବଗତ କରାଇଛି ।
ତେବେ ଏହି ଅଭିଯାନ ଖାଲି ରାଜଧାନୀ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗୁ କରାଯିବ । ଯେଉଁଠି ରାସ୍ତାକଡ଼ରେ ଅନେକ ଅଚଳ ଗାଡ଼ି ପଡ଼ି ରହିଥିବା ଦେଖିବାକୁ ମିଳିବ ସେଠାରୁ ହଟାଯିବ । ବିଏମ୍ସିର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।
Defunct vehicles lying on the roads will be removed.
Notice has been pasted on the vehicles that within 7 days if the owners didn’t take it to their pvt. place, then BMC will lift it & clear the area.#BhubaneswarFirst pic.twitter.com/HF4Ft47kNQ
— BMC (@bmcbbsr) May 25, 2023
Comments are closed.