Latest Odisha News

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଅନେକ ଦିନ ବିତି ଗଲାଣି । ତଥାପି ତାଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଏନେଇ ମୁମ୍ବାଇ ବାନ୍ଦ୍ରା ପୋଲିସ ଆଜି ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଜେରା କରିଛି । ପୋଲିସ ତାଙ୍କୁ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରିଛି ।

ଭଂସାଲୀ ପୂର୍ବରୁ ସୁଶାନ୍ତଙ୍କୁ ଯେଉଁ ଫିଲ୍ମ ଅଫର୍‌ କରିଥିଲେ ତାହା କେଉଁ କାରଣରୁ ବନ୍ଦ ରହିଲା ସେ ବିଷୟରେ ଜାଣିବା ପାଇଁ ପୁଲିସ୍‌ ପୂର୍ବତୁ ତାଙ୍କୁ ସମନ ପଠାଇଥିଲା। ପୁଲିସ୍‌ କହିବା ମୁତାବକ ଭଂସାଲୀ ସୋମବାର ବାନ୍ଦ୍ରା ପୁଲିସ୍‌ ଷ୍ଟେସନ୍‌ରେ ଆସି ପହଞ୍ଚିଥିଲେ।  ତାଙ୍କ ସହ ତାଙ୍କ ଓକିଲ ଓ ତାଙ୍କର କିଛି କର୍ମଚାରୀ ମଧ୍ୟ ସେଠାକୁ ଯାଇଥିଲେ। ରିପ‌ୋର୍ଟରୁ ଜାଣିବାକୁ ମିଳିଛି ଯେ ଭଂସାଲୀ ସୁଶାନ୍ତଙ୍କୁ ଚଳଚ୍ଚିତ୍ର ଅଫର୍‌ ଦେଲା ବେଳେ ସୁଶାନ୍ତ ଅନ୍ୟ ଏକ ପ୍ରଯୋଜନର ସଂସ୍ଥାରେ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ।

ସୂଚନାଯୋଗ୍ୟ, ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ। ପୁଲିସ୍‌ ତାଙ୍କ ମୃତ ଶରୀର ସହ ସେହି ଘରୁ କିଛି ପ୍ରେସ୍‌କିପ୍‌ସନ ଓ ବିଷାଦଗ୍ରସ୍ତ ଔଷଧ ପାଇଥିଲା। ତେବେ ସେ ଡିପ୍ରେସନ ଯୋଗୁଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

Comments are closed.