Latest Odisha News

BREAKING NEWS

AIIMSର ନୂଆ ଖୁଲାସା, ସୁଶାନ୍ତଙ୍କୁ ଦିଆ ଯାଇନଥିଲା ବିଷ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହୋଇଛି ନୂଆ ଖୁଲାସା । ସିବିଆଇ ସାମ୍ନାରେ ନୂଆ ତଥ୍ୟ ରଖିଛି ଏମ୍ସ । ଏମ୍ସର ସ୍ୱତନ୍ତ୍ର ଟିମ ସୁଶାନ୍ତ ମୃତ୍ୟୁର ବିଭିନ୍ନ ଦିଗ ଉପରେ ଯାଂଚ କରି ସିବିଆକୁ ରିପୋର୍ଟ ଦେଇଛି । ସୁଶାନ୍ତଙ୍କୁ ବିଷ ଦିଆଯାଇ ନାହିଁ । ସୁଶାନ୍ତଙ୍କ ଶରୀରରୁ କୌଣସି ବିଷ ମିଳନାହିଁ । ସୁଶାନ୍ତ ଭିସେରାରୁ କୌଣସି ବିଷକ୍ରିୟା ମିଳିନଥିବା ଏମ୍ସ ତା’ ରିପୋର୍ଟରେ କହିଛି ।

ତେବେ କୁହାଯାଉଛି, କୁପର ହସପିଟାଲର ଡାକ୍ତରଙ୍କୁ କୌଣସି ପ୍ରକାରର କ୍ଲିନଚିଟ ଦିଆଯାଇନାହିଁ । କୁପର ହସ୍ପିଟାଲ ଉପରେ ଏବେ ବି ବଡ ପ୍ରଶ୍ନ ଚିହ୍ନ ଲାଗିଛି । ଏମ୍ସ ରିପୋର୍ଟରେ କୁହାଯାଇଛି, ସୁଶାନ୍ତ ମାମଲାରେ ହସ୍ପିଟାଲ ଅବହେଳା କରିଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ହସପିଟାଲ ପକ୍ଷରୁ ଅଟୋପ୍ସି କରାଯାଇଥିଲା । ଏହାକୁ ନେଇ ପ୍ରଶ୍ନ ଉଠିଥିଲା । ସୁଶାନ୍ତଙ୍କ ଗଳାରେ କୌଣସି ଚିହ୍ନ ନାହିଁ ବୋଲି ହସପିଟାଲ ପକ୍ଷରୁ କୁହାଯାଇଥିଲା । ଏପରିକି ସୁଶାନ୍ତଙ୍କ ମୃତ୍ୟୁ ସମୟ ସମ୍ପର୍କରେ ବି କିଛି କୁହାଯାଇନଥିଲା ।

AIIMS ରିପୋର୍ଟ ଆସିବା ପରେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି । ସିବିଆଇ ଏବେ ସତ ଜାଣିବାକୁ ଚେଷ୍ଟା କରିବ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ଥିଲା ନା ହତ୍ୟା । ସିବିଆଇ ବର୍ତ୍ତମାନ ରିପୋର୍ଟ ସହ କ୍ରାଇମ ସିନ, ସାକ୍ଷ୍ୟ, ବୟାନ ଓ ଅନ୍ୟ ପରିସ୍ଥିତିକୁ ମିଳାଇବ । ଏହି ମାମଲାରେ ଏମ୍ସର ରିପୋର୍ଟ ହେଉଛି ଏକ ଅଂଶ । ତେଣୁ ମାମଲା ଆଗକୁ କିଭଳି ବଢିବ ସେ ନେଇ ସିବିଆଇ ନିଷ୍ପତି ନେବ ।

Leave A Reply

Your email address will not be published.