ଲୋକମାନେ ପୂର୍ବରୁ କେଉଁ ଅଜଣା ସ୍ଥାନକୁ ଯିବା ଆଗରୁ ଭଲ କରି ପଚାରି ବୁଝୁଥିଲେ । ନଚେତ୍ ରାସ୍ତାଘାଟରେ ଦୋକାନ କିମ୍ବା ଲୋକଙ୍କୁ ପଚାରି ଠିକଣା ଜାଗାରେ ପହଞ୍ଚୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ଯୋଗୁ ଏବେ ଲୋକେ ଗୁଗୁଲ ମ୍ୟାପ୍ର ସହାୟତା ନେଇ ସହଜରେ ସଠିକ୍ ସ୍ଥାନରେ ପହଞ୍ôଚପାରୁଛନ୍ତି । ଏବେ ସୋସିଆଲ ମିଡ଼ିଆରେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବକ ଗୁଗୁଲ ମ୍ୟାପ ଦେଖି ଯିବା ସମୟରେ ନଦୀ ଭିତରେ ପଶି ଯାଉଥିବା ଦେଖିବାକୁ ମିଳିଛି ।
ଆଜିକାଲି ଲୋକମାନେ ସମସ୍ତ ପ୍ରକାର ତଥ୍ୟ ଗୁଗୁଲ୍ ବ୍ୟବହାର କରି ଅତି ସହଜରେ ହାତ ପାହାନ୍ତାରେ ପାଇ ପାରୁଛନ୍ତି । ସେହିପରି ଗୁଗୁଲ ମ୍ୟାପ ବି ଲୋକଙ୍କୁ କୌଣସି ସ୍ଥାନକୁ ଯିବାରେ ବହୁତ ସାହାଯ୍ୟ କରୁଛି । କିନ୍ତୁ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ନିଜ ବାଇକ ସହିତ ପାଣି ଭିତରକୁ ଯାଉଥିବାର ନଜର ଆସିଛନ୍ତି । ଯୁବକ ଜଣକ ପାଣ୍ଟ୍ସାର୍ଟ ପିନ୍ଧିଥିବା ବେଳେ ପଛରେ ଏକ ବ୍ୟାଗ ପକାଇଛନ୍ତି । ତାହାପରେ ସେ ଧୀରେ ଧୀରେ ନଦୀ ଭିତରକୁ ବାଇକ୍ ଚଳାଇ ଯାଉଛନ୍ତି । ନଦୀ ପାଣିରେ ଆରାମରେ ବାଇକ୍ ଚଲାଇ ଭିତରକୁ ଯାଉଛନ୍ତି । ନଦୀ ମଝିକୁ ଯିବା ପରେ ପୁଣି ବୁଲି ଆରପଟେ ଥିବା ରାସ୍ତାକୁ ଉଠୁଛନ୍ତି । ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି, ଗୁଗୁଲ୍ ମ୍ୟାପରେ ଏହା ଦର୍ଶାଯାଇଛି । ଏହି କାରଣରୁ ଯୁବକ ଜଣକ ନିଜେ ବାଇକକୁ ନଦୀ ଭିତରେ ପଶି ଯାଇଥିଲେ ।
Comments are closed.