Latest Odisha News

BREAKING NEWS

ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ

ସିଡନୀ:ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପରଙ୍କ ୮୩ ବର୍ଷରେ ପରଲୋକ ହୋଇଯାଇଛି । ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୯୫୯ରେ ସେ ଟେନିସକୁ ଅଲବିଦା କହିଥିଲେ । ୧୯୫୮ରେ ଅଷ୍ଟ୍ରେଲିଆନ୍‌, ୱିମ୍ବେଲଡନ ଓ ୟୁଏସ ଓପନ ଟାଇଟଲ ହାସଲ କରିଥିଲେ । ଫ୍ରେଂଚ ଓପନ ସେମିରେ ସେ ପରାଜିତ ହୋଇଥିଲେ ।

ତାଙ୍କ ମୃତ୍ୟୁରେ ଟେନିସର ମହାନ ଖେଳାଳିମାନେ ଶୋକ ବ୍ୟକ୍ତ କରିଛନ୍ତି । ସିଙ୍ଗଲ୍ସ ବ୍ୟତୀତ ୪ଟି ଗ୍ରାଣ୍ଡସ୍ଲାମ ଡବଲ୍ସ ଟାଇଟଲ ଜିତିଥିଲେ । ଜଣେ କୋଚ, ବ୍ୟବସାୟୀ ଓ ପ୍ରଶାସକ ଦାୟିତ୍ୱ ମଧ୍ୟ ସେ ସଫଳତାପୂର୍ବଳ ତୁଲାଇଥିଲେ ।

Leave A Reply

Your email address will not be published.