Latest Odisha News

BREAKING NEWS

ଚଳିତ ବର୍ଷ ଟି୨୦ ବିଶ୍ୱକପ ଆଶା ମଉଳିଲା

ମୁମ୍ବାଇ: ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ଆଶା ଏକପ୍ରକାର ମଉଳି ଯାଇଛି କହିଲେ ଭୁଲ ହେବ ନାହିଁ । କରୋନା ଭାଇରସ ଯୋଗୁ ଅକ୍ଟୋବର-ନଭେମ୍ବରରେ ଏହାକୁ ଆୟୋଜନ କରିବା ସମ୍ଭବପର ନୁହେଁ । ଆଇସିସି ସ୍ପଷ୍ଟ ଭାବେ ଏହା କହି ନ ଥିଲେ ମଧ୍ୟ କେତେକ ଅଧିକାରୀ ନିଜ ନାମ ପ୍ରକାଶ ନ କରି ଉପରୋକ୍ତ କଥା କହିଛନ୍ତି । ଆସନ୍ତା ସପ୍ତାହରେ ଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି ।

ଟି୨୦ ବିଶ୍ୱକପ ଆୟୋଜନ ସହ ଆଇସିସି ଚେୟାରମ୍ୟାନ ଚୟନ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ । ଯଦି ଟି୨୦ ବିଶ୍ୱକପ ଆସନ୍ତା ବର୍ଷକୁ ଘୁଂଚାଇ ଦିଆଯାଏ ତାହାହେଲେ ଆଇପିଏଲ ଆୟୋଜନ ଆଶା ଉଜ୍ଜୀବିତ ରହିବ । ବର୍ଷା ସିଜନ ପରେ ଯେତେ ଦୂର ସମ୍ଭବ ଆଇପିଏଲ ଆୟୋଜନ ତାରିଖ ଘୋଷଣା କରାଯିବ ।

Leave A Reply

Your email address will not be published.