ଭୁବନେଶ୍ବର: ଉଷ୍ଟାସନ ଅବା କେମେଲ ପୋଜ୍ ମହିଳାଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ। ମାସିକ ଚକ୍ରକୁ ଠିକ୍ କରିବା ପାଇଁ ଏହି ଆସନ ବହୁତ ଲାଭଦାୟକ । ଏଥିସହ ଏହି ଆସନ ଅନେକ ପ୍ରକାର ଯନ୍ତ୍ରଣାରୁ ଦୂର କରିଥାଏ । କାନ୍ଧକୁ ମଜବୁତ୍ କରିବା ପାଇଁ ମଧ୍ୟ ଏହି ଆସନର ଅଭ୍ୟାସ କରିବା ଉଚିତ। ଆସନ୍ତୁ ଜାଣିବା ଏହି ଆସନର ବିଧି ଓ ଲାଭ..
ପ୍ରଥମେ ଭୂମି ଉପରେ ଏକ ଚଟେଇ କିମ୍ବା କପଡା ବିଛାଇ ଆଣ୍ଠୁର ସାହାରାରେ ବସନ୍ତୁ । ଏହାପରେ ଦୁଇ ହାତକୁ ନିତମ୍ବ ଉପରେ ରଖନ୍ତୁ। ଆଣ୍ଠୁ ଏବଂ କାନ୍ଧ ମଝିରେ ସି ଭଳି ଆକୃତି ହେବ । ପାଦ ତଳ ଉପର ଆଡକୁ କରନ୍ତୁ।
ପଛ ଆଡକୁ ଓହଳି ପାଦ ତଳକୁ ଛୁଅଁନ୍ତୁ। ନିଶ୍ୱାସ ନେଇ ପେଟକୁ ଆଗ ଆଡକୁ କରନ୍ତୁ, ଯାହାଦ୍ୱାରା ସନ୍ତୁଳନ ରକ୍ଷା କରିହେବ। ବେକ ଉପରେ ଅଧିକ ପ୍ରେସର ଦେବେ ନାହିଁ । ଏପରି ଅବସ୍ଥାରେ ନିଶ୍ୱାସ ନିଅନ୍ତୁ ଏବଂ ଛାଡନ୍ତୁ।
ଲାଭ-
ଏହି ଆସନ ଦ୍ବାରା ପେଟ, ଡବଲଚିନ ଏବଂ ଅଣ୍ଟାର ମୋଟାପଣକୁ କମ୍ କରେ । ଗୋଇଠିର ହାଡ ମଜବୁତ ରହିଥାଏ। ପିଠି ଏବଂ କାନ୍ଧକୁ ମଜବୁତ ରଖେ । ଏଥିସହ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ମିଳେ ।
ଏଥିସହ ମାସିକ ଧର୍ମ ଅନିୟମିତତା ସମସ୍ୟା ଦୂର ହୋଇଥାଏ ।
Comments are closed.