Latest Odisha News

BREAKING NEWS

ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ସତପାଲ ସିଂହ ମହାରାଜଙ୍କୁ କରୋନା

ଡେରାଡୁନ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ସିଂହ ମହାରାଜ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ତାଙ୍କ ପୁଅ, ବୋହୂ ସମେତ ୨୨ଜଣ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି ।

ସତପାଲ୍ କରୋନା ସଂକ୍ରମିତ ହେବା ପରେ ଏବେ ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରାଯାଇପାରେ । ପ୍ରୋଟୋକଲ ଅନୁସାରେ ଏପରି କରାଯିବ । ଏପରିକି ସମସ୍ତ ମନ୍ତ୍ରୀ ଓ ଅଫିସରଙ୍କ ରକ୍ତ ନମୂନା ମଧ୍ୟ ଟେଷ୍ଟ୍ ପାଇଁ ପଠାଯିବ ।

ଗତ ଶୁକ୍ରବାର ସଚିବାଳୟରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ସତପାଲ୍ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ମଧ୍ୟ ସାମିଲ ଥିଲେ । ଏହାପରେ ସତପାଲ ପର‌୍ୟ୍ୟଟନନ ବିଭାଗର ଏକ ବୈଠକରେ ମଧ୍ୟ ଅକ୍ଷ୍ୟକ୍ଷତା କରିଥିଲେ । ଏହାପରେ ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି ।

Leave A Reply

Your email address will not be published.