Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ ପୋଷ୍ଟର ଭାଇରାଲ ଘଟଣା, ୫ ଜଣଙ୍କ ନାଁରେ ଏତଲା

ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ । ଆଜି ସକାଳେ ବାଲେଶ୍ୱର ସହରର ଅନେକ କାନ୍ଥବାଡରେ ଏଭଳି କିଛି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏଥିସହ ଏହି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଏହି ଘଟଣା ଜଣାପଡିବା ପରେ ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି ।

ସଂଜୀବ ଗିରି, ସୁଧାଂଶୁ ଶେଖର ଜେନା, ଜ୍ଞାନେନ୍ଦ୍ର ମହାନ୍ତି, ମହମ୍ମଦ ଶେଖ୍‌, ଗୌତମ ସାହୁ ନାଁରେ ଥାନାରେ ଏତଲା ଦିଆଯାଇଛି । ବିଜେପିର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସହଦେବଖୁଣ୍ଟା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କୁ ଭେଟି ଏତଲା ଦେଇଛନ୍ତି। ଏହି ୫ଜଣ ବ୍ୟକ୍ତି ନିଜ ନିଜ ‌ଫେସବୁକ୍ ଆକାଉଣ୍ଟରେ ଏହାକୁ ଭାଇରାଲ କରୁଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଘଟଣା ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି।

ସେପଟେ ଏଭଳି ନିଖୋଜ ପୋଷ୍ଟର ଲାଗିବା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ମନ୍ତ୍ରାଳୟର କାମ ପାଇଁ ବ୍ୟସ୍ତ ରହିଛି । ତେଣୁ ଶାରୀରିକ ଭାବେ ହୁଏତ ମୋ ଲୋକସଭା କ୍ଷେତ୍ରରେ ଉପସ୍ଥିତ ନାହିଁ। କିନ୍ତୁ ଦିଲ୍ଲୀରେ ରହି ପ୍ରତିଦିନ ଜିଲ୍ଲାରେ କରୋନା ଓ ଅମ୍ଫାନ କ୍ଷୟକ୍ଷତିର ମୁକାବିଲା ଏବଂ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ କିପରି ଘରକୁ ପଠାଯିବ ସେନେଇ ନିଜ ଟିମ୍ ଓ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗ ରଖୁଛି।

Leave A Reply

Your email address will not be published.