Latest Odisha News

BREAKING NEWS

ମହିଳାଙ୍କୁ ସଶକ୍ତ କରୁଛି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ କୌଶଲ୍ୟା

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ରଟ ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ‘କୌଶଲ୍ୟା’ ଓଡ଼ିଶାର ରାୟଗଡ଼ା ଜିଲାର ୧୫୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ଜୀବନରେ ଅଭୂତପୂର୍ବ ପାର୍ଥକ୍ୟ ଆଣିପାରିଛି ।

ପ୍ରାୟ ୫ବର୍ଷ ଧରି ଚାଲିଥିବା ଏହି ପ୍ରକଳ୍ପରେ ମହିଳାମାନଙ୍କୁ ସିଲେଇ ଏବଂ ଚାନ୍ଦୁଆ ପ୍ରସ୍ତୁତ ପାଇଁ ତାଲିମ ଦିଆଯାଉଛି । ଏହା ସେମାନଙ୍କୁ ଦୀର୍ଘସୂତ୍ରୀ ଆକାରରେ ଜୀବିକା ଉପାର୍ଜନର ମାଧ୍ୟମ ଯୋଗାଇ ଦେଉଛି । ରାୟଗଡ଼ା ଜିଲାର ଅଣ୍ଡିରାକଞ୍ଚ, ମାଇକଞ୍ଚ, ନୂଆଗାଁ, କାଞ୍ଚଗୁମା ଏବଂ ରଟଚୁଆଁ ଆଦି ଗାଁର ମହିଳାମାନେ ଉପକୃତ ହୋଇପାରିଛନ୍ତି ।

କମ୍ପାନୀ ପକ୍ଷରୁ ଏହି ମହିଳାମାନଙ୍କୁ ସିଲେଇ ଶିକ୍ଷା ଦିଆଯିବା ସହ ଏକ ସିଲେଇ ୟୁନିଟ ସ୍ଥାପନ କରାଯାଇଛି । ଏଥିସହିତ ଉତ୍କଳ ଆଲୁମିନା ଏହି ମହିଳାମାନଙ୍କ ମଧ୍ୟରୁ କେତେକଙ୍କୁ କପଡା ଏବଂ ଅନ୍ୟାନ୍ୟ ସିଲେଇ ସାମଗ୍ରୀ କ୍ରୟ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହି ସିଲେଇ ଉଦ୍ୟୋଗରୁ ପ୍ରତ୍ୟେକ ମହିଳାଙ୍କର ମାସିକ ୩୦୦୦ ଟଙ୍କାରୁ ୩,୫୦୦ ଟଙ୍କା ରୋଜଗାର କରିପାରୁଛନ୍ତି । ଜିଲାର ଅତ୍ୟନ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି ରୋଜଗାର ପରିବାରର ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ବିଶେଷ ସହାୟକ ହୋଇପାରୁଛି ।

ପ୍ରଥମେ ଏହି ପ୍ରୟାସର ନେତୃତ୍ୱ ନେଉଥିବା ୟୁନିଟ ହେଡ୍‍ ଏବଂ ବର୍ତ୍ତମାନ ରେନୁକୁଟସ୍ଥିତ ହିଣ୍ଡାଲ୍କୋତକୁ ସ୍ଥାନାନ୍ତରିତ ହୋଇଥିବା ଏନ ନାଗେଶ କହିଛନ୍ତି, ”ଏହା ହୃଦୟକୁ ଛୁଇଁବା ଭଳି ଏକ ପ୍ରକଳ୍ପ, କାରଣ ଅର୍ଥନୈତିକ ସ୍ୱାଧୀନତା ଜରିଆରେ ଆମେ ସଂଖ୍ୟାଧିକ ମହିଳାଙ୍କୁ ଏକ ଉନ୍ନତ ଜୀବନ ନିର୍ବାହ କରିବାରେ ସହାୟତା କରିବାରେ ସମର୍ଥ ହୋଇଛୁ । ଏହା ସେମାନଙ୍କ ଆତ୍ମବିଶ୍ୱାସ ଏବଂ ସ୍ୱାଭିମାନରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇଛି ।”

ସେହିପରି କାଶୀପୁର ବ୍ଲକର ଶିଳ୍ପ ବିକାଶ ଅଧିକାରୀ ସୁଶିଲ କୁମାର ବରଡା କହିଛନ୍ତି, “ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ଏପରି ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ । ।”

ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଉଛି ଏହି ପ୍ରକଳ୍ପ ଅଧୀନରେ ଉପକୃତ ହୋଇଥିବା ଅଧିକାଂଶ ମହିଳା ସମ୍ପ୍ରତି ଉଦ୍ୟୋଗୀ ହେବା ତଥା ସେମାନଙ୍କର ନିଜର ସିଲେଇ ୟୁନିଟ ସ୍ଥାପନ କରିବାକୁ ଆଶା ରଖିଛନ୍ତି । ଶିଳ୍ପୀ ଉନ୍ନତି ଯୋଜନାରେ ଋଣ ପାଇବା ପାଇଁ ସେମାନଙ୍କୁ ରାୟଗଡାସ୍ଥିତ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସହିତ ସଂଯୁକ୍ତ କରାଯାଇଛି । କିଛି ମହିଳାଙ୍କୁ ନିଜର ସିଲେଇ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଟିକିରି ଆଗ୍ରୋ କ୍ରାଫ୍ଟ ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

Leave A Reply

Your email address will not be published.