Latest Odisha News

BREAKING NEWS

କରୋନା : ଆଉ ଏକ ପ୍ରେମ କବିତା

ମନୋଜ ରଥ                                           

ଆମେ ବି ଧାଉଁଥିଲେ
ସାରା ଟା ପ୍ରୁଥିବୀ ସାଂଗରେ
ଯେତେବେଳେ ପବନ ମାଗୁଥିଲା ଅମ୍ଳଜାନ ।
ଫୁର୍ ସତ୍ ହିଁ ନ ଥିଲା ଆମ ପାଖରେ
ଜହ୍ନ ପାଇଁ ଚୁଂବନ ପାଇଁ
ଦଣ୍ତେ ଠିଆ ହେଇ ଦେଖିବାକୁ
ପରସ୍ପର ଭିତରେ ବାହାରେ ଆସିଥିବା ପରିବର୍ତ୍ତନ :

ଆଖିତଳ କଳା ଦାଗ
ଛାତିତଳ ଦକଦକ
ସେ ଚିଡିଚିଡା ଭାବ

ସଂକୁଚିତ ହ୍ରୁଦୟ ରେ କିଏ ଯେମିତି
ହର୍ ଦମ୍ ତୋଳୁଥିଲା ଅସ୍ତରାଗ ।
ତମାମ୍ ଦେହ ରେ ଲୋକାଲ୍ ବସ୍ ର ଗଂଧ
ଟ୍ରାଫିକ୍ ର ସବୁଜ ସଂକେତ ଯେମିତି
ପ୍ରତ୍ୟେକ ଟି ଲୋମକୂପ ।
ଆମେ କେମିତି ପାଲଟି ଯାଇଥିଲେ
ରାତିର ହେଡ୍ ଲାଇଟ୍ ରେ
ପିଟି ହେଇ ପୁଣି ଉଡି ଯାଉଥିବା
କ୍ଷତାକ୍ତ ପତଂଗ ।

ଏବେ
ମାସ ମାସ ର ଭୟାତୁର ସହବାସ
ଟି ଭି ରୁ ମି ଠୁ ଯାଇ
ଆସି ସାରିଥିଲା ବଲିଉଡ୍
ରାମକଂ ବନବାସ
ଶକୁନୀ ର ପଶାକାଠି
କୌରବ କୌରବ ପାଣ୍ତବ ପାଣ୍ତବର
ସର୍ବ ଯୁଗ ଯୁଦ୍ଧ ଯୁଦ୍ଧ ର ରକ୍ତାକ୍ତ କୁରୁକ୍ଷେତ୍ର ।

ଆଜି ଯେବେ ନିର୍ବାଚନ ର ରଣଭୂମୀ ରେ
ବିନା ମାସ୍କ୍ ରେ ପ୍ରସାର ପ୍ରଚାର ଜୋର୍ ଦାର୍
ଆଉ ରୋଜ୍ ରୋଜ୍ ପର ଆପଣାର ମ୍ରୁତ୍ୟୁ ର ଖବର
ଫେସ୍ ବୁକ୍ ରେ ଦୁଃସଂବାଦ ଲାଗ୍ ଲାଗ୍ ଜୋର୍ ସୋର୍ ।

ଆସ ଆମେ ଆଲିଂଗନେ ମଜ୍ଜି ଯିବା
ପରସ୍ପର କୁ ସଂକ୍ରମିତ କରି
ଚୁଂବନରେ ପୁଣି ପରସ୍ପରକୁ ଦେବା ଅକ୍ସିଜେନ୍
ଖୋଲା ଆକାଶ ତଳେ ସାପ ର ଆକ୍ଷି ପରି
ଚକ୍ ଚକ୍ କରୁଥିବା ନୂଆଁ ନୂଆଁ କାକର ଟୋପାରେ
ଅମରତ୍ବ ଖୋଜିବା, ପ୍ରାର୍ଥନା କରିବା ମୁହଁକୁ ମୁହଁ ଯୋଡି
ଆସନ୍ତାକାଲି ସକାଳ ର ପବନରେ
ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହଉ ଆଣ୍ଟିଜେନ୍ ।

ଅଧ୍ୟାପକ, ଇଂରାଜୀ ବିଭାଗ , ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଇନ୍ଦ୍ରାବତୀ,ନବରଂଗପୁର -୭୬୪୦୮୫

Leave A Reply

Your email address will not be published.