Latest Odisha News

BREAKING NEWS

ଉତ୍କଳ ଦିବସ ୨୦୨୨ : ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି

ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ଆଜି ଉତ୍କଳ ଦିବସ । ଏହି ଅବସରରେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ  କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି ଲେଖିଛନ୍ତି ।ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଭାରତ ପ୍ରଗତିରେ ଓଡିଶା ବାସୀଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।ଆଗାମୀ ଦିନରେ ଓଡିଶା ବିକାଶ ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି ଟ୍ୱିଟ କରି ଲେଖିଛନ୍ତି ମୋଦି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତି ଉତ୍କଳ ଦିବସରେ ରାଜ୍ୟ ବାସୀଙ୍କୁ ମୋର ଅଭିନନ୍ଦନ । ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ମନ୍ଦିରର ଓଡିଶା ଐତିହ୍ୟର ଶାନ୍ତି ଓ ପ୍ରୀତିର ବାର୍ତ୍ତା ଦେଉଛି । ଓଡିଶାର ପ୍ରଗତି ପାଇଁ ମୋର ଆନ୍ତରିକ ଶୁଭକାମନା ।

Leave A Reply

Your email address will not be published.