Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୮-୧୦ ବ୍ୟାଚ ବନ୍ଧୁମିଳନ, ପ୍ଲାଷ୍ଟିକ ମୁକ୍ତ ବିଶ୍ବବିଦ୍ୟାଳୟ ଆହ୍ବାନ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୦୮-୧୦ ବ୍ୟାଚର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏମକେସିଜି ଅଡିଟୋରିୟମରେ ଏକତ୍ରିତ ହୋଇ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ଅବସରରେ ପୂର୍ବତନ ଛାତ୍ରଛାତ୍ରୀ ପ୍ଲାଷ୍ଟିକ ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ଶପଥ ନେଇଛନ୍ତି ।

ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଗ୍ରୀନ୍ ଗେଟ୍ ଟୁଗେଦର ନାମରେ ଏକାଠି ହୋଇଥିଲେ। ବିଶ୍ବବିଦ୍ୟାଳୟରେ କୌଣସି ପ୍ରକାର ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀ ଯେପରି ବ୍ୟବହାର ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସଂକଳ୍ପ ପାରିତ ହୋଇଛି।

ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ଥିବା ମା’ ସରସ୍ୱତୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଏହି ସଭାର ଆୟୋଜନ କରିଥିଲେ। ଯେଉଁଥିରେ ବିଶ୍ୱବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ସମସ୍ତ ଛାତ୍ରଛାତ୍ରୀ ପ୍ରସ୍ତାବ ରଖିଥିଲେ।

ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଛାତ୍ର ସଂସଦର ପୂର୍ବ ଅଧ୍ୟକ୍ଷ ତଥା ଉଚ୍ଚଶିକ୍ଷା ବିଭାଗର ଉପଦେଷ୍ଟା ଡ. ତନ୍ମୟ ସ୍ବାଇଁ ପ୍ରସ୍ତାବ ରଖିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ସୁଜ୍ଞାନୀ ଦଳାଇ, ଇନ୍ଦ୍ରବାଦଲ ମହାନ୍ତି, ମନୋଜ ବିଶ୍ବାଳ, ଦିଲ୍ଲୀପ ପାଣିଗ୍ରାହୀ, ଗୌରାଙ୍ଗ ପାଢୀ, ଜୟବ୍ରତ ଦାସ, ଦେବୀପ୍ରସାଦ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Comments are closed.