Latest Odisha News

BREAKING NEWS

ଆନ୍ତଃ ମହାବିଦ୍ୟାଳୟ ଟାଏକୋଣ୍ଡୋ ପ୍ରତିଯୋଗିତା: ବାଜି ମାରିଲା ଏସସିଏସ କଲେଜ

ପୁରୀ: ସ୍ଥାନୀୟ ରାଣୀସତୀ ଭବନ ଟାଏକୋଣ୍ଡୋ ସେଂଟରରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଦ୍ୱାରା ଆନ୍ତଃ ମହାବିଦ୍ୟାଳୟ କିରୋଗୀ ଓ ପୁମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଭାବୀ ପ୍ରଦର୍ଶନ କରି ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଦଳଗତ ଚାମ୍ପିୟନ ହୋଇଛି । ଗୋବିନ୍ଦପୁର ଡିଗ୍ରୀ ମହାବିଦ୍ୟାଳୟ ରନର୍ସଅପ ହୋଇଛି । ପୁରୁଷ ବିଭାଗରେ ଦିବ୍ୟଜିତ ପଟ୍ଟନାୟକ, ହିମାଂଶୁ ପ୍ରଧାନ, ଆର୍ଯ୍ୟନ ନାୟକ, ଦୀପକ କୁମାର ପ୍ରଧାନ, ପ୍ରଶାନ୍ତ ପାତ୍ର, ଆର୍ଯ୍ୟନ ଚୌଧୁରୀ ଓ ସୋମନାଥ ଷଣ୍ଢ ପ୍ରଥମ ସ୍ଥାନ ହାସଲ କରିଥିଲେ । ସେହିପରି ପାୟଲ ବଡଜେନା, ଲିପିକା ପଲେଇ, ସୀପା ଦାସ ଓ ସୀମା କୁମାର ହାଁସଦା ମହିଳା ବିଭାଗରେ ପ୍ରଥମ ସ୍ଥାନରେ ରହିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ହରିହର କର ଯୋଗ ଦେଇଥିଲେ ।

ଟୁର୍ଣ୍ଣାମେଂଟକୁ ଜାତୀୟସ୍ତରର ରେଫରୀ ବିଶ୍ୱନାଥ ନାୟକ ପରିଚାଳନା କରିଥିଲେ । ଅଭିଜିତ ସାହୁ, ଦେବାଶିଷ ବେହେରା, ପ୍ରଶାନ୍ତ କୁମାର ପାତ୍ର, ସନ ତ୍ରିପାଠୀ ଓ ସଂଯୁକ୍ତ ବରାଳ ସହଯୋଗ କରିଥିଲେ । ଓଡିଶା ଟାଏକୋଣ୍ଡୋ ସଂଘର ସଭାପତି ବ୍ୟୋମେକେଶ ଅଭିଳାଷ ପ୍ରସାଦ, ପୁରୀ ଜିଲ୍ଲା କ୍ରୀଡା ସଂସଦ ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ପୁରୀ ବକ୍ସିଂ ଏକାଡେମୀ ପ୍ରତିଷ୍ଠାତା ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ଟାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଏହାକୁ ପରିଚାଳନା କରିଥିଲେ । ଆଗକୁ ଏହାର ପ୍ରଚାର ପ୍ରସାର ପାଇଁ ଆହୁରି ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.