Latest Odisha News

BREAKING NEWS

ନକଲି ସାର୍ଟିଫିକେଟ ଦର୍ଶାଇ ଚାକିରି କରୁଥିବା ବିଜ୍ଞାନ ଶିକ୍ଷକ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଆଉ ଜଣେ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ଶିକ୍ଷକ ହେଲେ ଭକ୍ତ କୁମାର ସେଠ । ସେ ବିଜ୍ଞାନ ଶିକ୍ଷକ ଭାବେ ଅଗଷ୍ଟ ୨୦୨୨ ମସିହାରେ ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ ହାଇସ୍କୁଲରେ ଚାକିରି କରୁଥିଲେ ।

BjdElectrycity

ଚୟନ ସମୟରେ ଉତ୍ତରପ୍ରଦେଶର ମିରଟ ସ୍ଥିତ ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟ ନାଁରେ ସେ ତାଙ୍କର ଜାଲ୍ ବି.ଇ.ଡି ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍ ଦର୍ଶାଇ ଚାକିରି ପାଇଥିଲେ । ସେଠାରୁ ଯାଞ୍ଚ ପରେ ସାର୍ଟିଫିଟିକେଟ୍ ନକଲି ବୋଲି ଜଣାପଡିଥିଲା ।

ଏନେଇ ଗତ ୯ ତାରିଖରେ ବଲାଙ୍ଗୀର କଲେକ୍ଟରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ନକଲି ବିଜ୍ଞାନ ଶିକ୍ଷକ ସେଠଙ୍କୁ ଲୋଇସିଂହାରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ସୂଚନା ଦେଇଛନ୍ତି ଆଇଆଇସି ବିଶ୍ୱଜିତ ମନବୋଧ ।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ନକଲି ପ୍ରମାଣପତ୍ର ଦାଖଲ ପାଇଁ ଚାରି ଜଣ ଶିକ୍ଷକଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଉକ୍ତ ଶିକ୍ଷକମାନଙ୍କ ବିରୋଧରେ କାରଣ-ଦର୍ଶାଅ ନୋଟିସ ଜାରି କରିବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.