Latest Odisha News

ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ବୁଧବାର ଦିନ ଏପ୍ରିଲ୍ ୩୦ ରେ ଧାର୍ଯ୍ୟ ହୋଇଥିବା ଦ୍ବିତୀୟ ଭାଗ ଏମ୍‌ବିବିଏସ୍‌ ପରୀକ୍ଷାକୁ ସ୍ଥଗିତ ରଖିଛି।

ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ଅଭୟ କୁମାର ନାୟକ ସୂଚନା ଦେଇଛନ୍ତି ଯେ ପରୀକ୍ଷାକୁ ସ୍ଥଗିତ ରଖିବା ନିଷ୍ପତ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ନିଆଯାଇଛି।

ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ପରୀକ୍ଷା ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବ।

Comments are closed.