Latest Odisha News

ଉତ୍କଳ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ କାମ, ନିମ୍ନ କାମ ପାଇଁ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ନିର୍ମାଣରେ ଯଦି କିଛି ନିମ୍ନମାନର କାମ ହୋଇଥିବ ତାହାଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଏନେଇ ଗୃହରେ ବଡ଼ଚଣା ବିଧାୟକ ଅମର ନାୟକ ପ୍ରଶ୍ନ କରିବାରୁ କିଛି ଏମିତି ଉତ୍ତର ରଖିଥିଲେ ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି,  ଚଳିତ ବର୍ଷ ଶେଷ ସୁଦ୍ଧା ବଡ଼ଚଣା ବ୍ଲକରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ କାମ ପୂର୍ଣ୍ଣାଙ୍ଗ ହେବ । ୨୦୧୫ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ପାଇଁ ଘୋଷଣା କରିଥିଲେ ତତ୍କାଳୀନ ରାଜ୍ୟ ସରକାର ନବୀନ ପଟ୍ଟନାୟକ । ୨୦୧୭ ଜୁଲାଇ ୩୧ ରେ ୬୬ ଏକର ଜମିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଏଥି ପାଇଁ ୧୦୧ କୋଟି ୨୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ଯେଉଁଥିରୁ ୭୦ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରି ସାରିଛନ୍ତି ।

ବିଶ୍ଵବିଦ୍ୟାଳୟର ଏକାଡେମିକ, ଆଡ଼ମିନିଶଟ୍ରେଟିଭି ସମେତ ୬୦% କାମ ସରିଲାଣି । ୨୦୧୮-୧୯ ରୁ ଏଠାରେ ବିଏସସି ନର୍ସିଙ୍ଗର ତିନୋଟି ବିଷୟରେ ସ୍ନାତକତ୍ତର ପାଠ୍ୟକ୍ରମ ଚାଲିଛି । ଆଜି ଯାଏଁ ଶତ ପ୍ରତିଶତ ଫଳାଫଳ ହୋଇଛି । ୨୦୨୨ ଡିସେମ୍ବର ୧୫ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମ୍ନମାନର କାମ ନେଇ ସେ ସମୟର ସ୍ଥାନୀୟ ସରପଞ୍ଚ ଚିଠି ଲେଖିଥିଲେ । ସେଥିପାଇଁ ନିର୍ମାଣକାରୀ ସଂସ୍ଥାକୁ ତାଗିଦ ମଧ୍ୟ କରାଯାଇଥିଲା । ତା ପରଠାରୁ ଆଉ ଅଭିଯୋଗ ଆସିନି ବୋଲି କହିଛନ୍ତି ମନ୍ତ୍ରୀ । ଏନେଇ ଅଧିକ ତଦନ୍ତ କରାଯିବ । ଯଦି ନିମ୍ନମାନର କାମ ଅଭିଯୋଗ ସତ ବୋଲି ପ୍ରମାଣିତ ହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

Comments are closed.