Latest Odisha News

5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଭେଟିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି, ନୂତନ ଦାୟିତ୍ବ ପାଇଁ ଦେଲେ ଶୁଭେଚ୍ଛା

ଭୁବନେଶ୍ଵର: 5T ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ଭେଟିଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାତି ଶ୍ରୀ ଧୀରେନ୍ଦ୍ର ଦାସ । ଆଜି ସକାଳେ ନବୀନ ନିବାସ ଠାରେ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟି ତାଙ୍କ ନୂତନ ଦାୟିତ୍ବ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଶ୍ରୀ ଦାସ ଭେଟି ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଐତିହ୍ୟସ୍ଥଳୀ ଓ ଐତିହାସିକ ସ୍ଥଳୀର ରୂପାନ୍ତର ଉଦ୍ୟମରେ ବିକଶିତ ହୋଇଥିବା ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ରୂପାନ୍ତର ପାଇଁ ଧନ୍ୟବାଦ ଦେଇଥିଲେ । ସୁଆଣ୍ଡୋ ଆଜି ପ୍ରତ୍ୟେକ ଓଡିଆଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନରେ ପରିଣତ ହୋଇଛି । ଉତ୍କଳମଣିଙ୍କ ସମ୍ମାନାର୍ଥେ ସୁଆଣ୍ଡୋର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ଓ 5T ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାକୁ ସୁଆଣ୍ଡୋବାସୀ ତଥା ସମଗ୍ର ପୁରୀ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରୁଛନ୍ତି ବୋଲି ସେ କହିଥିଲେ ।

Comments are closed.