Latest Odisha News

BREAKING NEWS

ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା: ଉତ୍କର୍ଷ ଓଡ଼ିଶା ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର: ଲୋକାର୍ପିତ ହେଲା ଉତ୍କର୍ଷ ଓଡ଼ିଶା ପୋର୍ଟାଲ। ମଙ୍ଗଳବାର ଏହି ଓ୍ବେବ ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ। ଆସନ୍ତା ଜାନୁଆରୀ ୨୮ ଓ  ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାକୁ ବଡ଼ ନିବେଶ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ତେବେ ଲୋକାର୍ପିତ ହୋଇଛି ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶାର ଓ୍ବେବ ପୋର୍ଟାଲ।

ପ୍ରକାଶ ଥାଉକି, ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ମୁମ୍ବାଇ ଯାଇ ବିଭିନ୍ନ କମ୍ପାନିର ମୁଖ୍ୟଙ୍କୁ ଭେଟି ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ମୁମ୍ବାଇରେ ଏକାଧିକ ନିବେଶକଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ବେଦାନ୍ତ କମ୍ପାନିର ଚେୟାରମ୍ୟାନ୍ ଅନୀଲ ଅଗ୍ରୱାଲ, ଗୋଦରେଜ୍ ଗ୍ରୁପର ଚେୟାରମ୍ୟାନ୍ ନାଦିର ଗୋଦରେଜ, ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ରବି ଗୋୟେଙ୍କା,  ଓ୍ବେଲସ୍ପନ୍ କମ୍ପାନୀର ବିଜୟ ଗୋୟଙ୍କା ଓ ବାଲକ୍ରିଷ୍ଣା ଗୋୟେଙ୍କା, JSW ଗ୍ରୁପ୍ ଏମଡି ସଜ୍ଜନ ଜିନ୍ଦଲ, ରିଲାଏନ୍ସ ଗ୍ରୁପର ଅନନ୍ତ ଅମ୍ବାନୀ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ , ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଦୁଇଦିନ ଧରି ଭୁବନେଶ୍ୱରରେ ନିବେଶକ ସମ୍ମିଳନୀ  ‘ଉତ୍କର୍ଷ ଓଡ଼ିଶା’ କନ୍‌କ୍ଲେଭ ଅନୁଷ୍ଠିତ ହେବ। ‘ମେକ୍‌ ଇନ ଓଡ଼ିଶା’ ସମ୍ମିଳନୀ ନାମ ବଦଳାଇ ନୂଆ ସରକାର ‘ଉତ୍କର୍ଷ ଓଡ଼ିଶା’ ରଖିଥିବା ବେଳେ ଏହାର ନୂଆ ଲୋଗୋ ମଧ୍ୟ ଉନ୍ମୋଚନ ହୋଇଥିଲା।

Comments are closed.