Latest Odisha News

BREAKING NEWS

ପ୍ରଥମ ଡୋଜ୍ ଟିକା ନେବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରୋନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି । ପ୍ରାଥମିକ ଲକ୍ଷଣ ଦେଖା ଦେବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । କରୋନା ସଂକ୍ରମିତ ହେବା ପରେ ସେ ଏବେ ଆଇସୋଲେସନରେ ଅଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଟିକିତ୍ସିତ ହେଉଥିବା ବେଳେ ଭର୍ଚୁଆଲ୍ ମାଧ୍ୟମରେ ସବୁ କାର୍ଯ୍ୟ କରୁଥିବା କହିଛନ୍ତି ।

ଏଥିସହ ରାଜ୍ୟରେ ସବୁକିଛି ଠିକ୍ ଠାକ୍ ଚାଲିଛି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକ କୋଭିଡ୍ ଯାଞ୍ଚ କରାଇବା ସହ ସମସ୍ତେ କୋଭିଡ୍ କଟକଣା ମାନିବାକୁ ଯୋଗୀ ନିବେଦନ କରିଛନ୍ତି ।

ଗତ ୫ ତାରିଖରେ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ସ୍ଥିତ ଶ୍ୟାମ ପ୍ରସାଦ ମୁଖର୍ଜୀ ହସ୍ପିଟାଲରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ । ଏଥିସହ କୋଭିଡ୍ ଟିକା ପାଇଁ ଯୋଗ୍ୟ ଲୋକଙ୍କୁ ଭ୍ୟାକ୍ସିନ୍ ନେବାକୁ ଅପିଲ୍ କରିଥିଲେ ।

Leave A Reply

Your email address will not be published.