Latest Odisha News

ହାଥରସ କେସ୍: ଆଜି ରିପୋର୍ଟ ଦେବନି SIT, ମିଳିଲା ଆଉ ୧୦ ଦିନ ସମୟ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆଜି ତଦନ୍ତ ରିପୋର୍ଟ ଦାଖଲ କରିବ ନାହିଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅଧିକ ୧୦ଦିନ ସମୟ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏସଆଇଟିକୁ ସମୟ ଦେଇଛନ୍ତି ।

ହାଥରସ ଗଣଦୁଷ୍କର୍ମ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ସାତ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଥିଲା । ଗତ ରବିବାର ଏସଆଇଟି ପୀଡ଼ିତାଙ୍କ ଗାଁରେ ଯାଇ ସରଜମିନ ତଦନ୍ତ କରିଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବାର ଥିଲା ଏସଆଇଟି ।

ଏସଆଇଟିର ପ୍ରାଥମିକ ରିପୋର୍ଟ ଆଧାରରେ ଉତ୍ତରପ୍ରଦେଶ ସରକାର ହାଥରସ ଏସପି, ଡିଏସପିଙ୍କ ସମେତ କିଛି ପୋଲିସ ଅଧିକାରୀଙ୍କୁ ନିଲମ୍ୱନ କରିଥିଲେ । ପଲିଗ୍ରାଫ ଏବଂ ନାର୍କୋ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସହ ଘଟଣାର ସିବିଆଇ ତଦନ୍ତ ପାଇଁ ବି ସୁପାରିଶ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

ଗତ ସେପ୍ଟେମ୍ବର ୨୯ ତାରିଖରେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ହାଥରସ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ଗଣଦୁଷ୍କର୍ମ ଅଭିଯୋଗରେ ସମସ୍ତ ୪ ଅଭଇଯୁକ୍ତଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.