Latest Odisha News

ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ରେଜିଷ୍ଟେସନ୍ ବାଧ୍ୟତାମୂଳକ କଲା ପ୍ରଶାସନ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରା ଖବୁଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ୨୦୨୫ର ତାରିଖ ଘୋଷଣା କରିସାରିଛନ୍ତି। ଚଳିତ ବର୍ଷ ପ୍ରଶାସନ ଯାତ୍ରାକୁ ସରଳ ତଥା ସୁରକ୍ଷିତ କରିବା ପାଇଁ ଅନେକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା ଲାଗି ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧାକୁ ନଜରରେ ରଖି ଅନ୍‌ଲାଇନରେ ଆଧାର ସହାୟତାରେ ହେଉଛି ଏହି ପଞ୍ଜୀକରଣ।

ଯାତ୍ରୀ ସୁରକ୍ଷା ଏବଂ ସାର୍ବଜନୀନ ଦର୍ଶନକୁ ନଜରରେ ରଖି ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଉତ୍ତରାଖଣ୍ଡ ସରକାର। ଯାତ୍ରା ଲାଗି ଏହି ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ହୋଇଛି। ଶ୍ରଦ୍ଧାଳୁଙ୍କୁ ନିଜ ପଞ୍ଜୀକୃତ ତିଥିରେ ଦର୍ଶନ ସୁବିଧା ଉପଲବ୍ଧ ହେବ। ଏହା ସହ ଧାମ ଗୁଡ଼ିକରେ ଟୋକନ ସହ ଦର୍ଶନ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଯାତ୍ରୀ ସୁଲଭ ଦର୍ଶନର ଲାଭ ନେଇ ପାରିବେ। ବିନା ପଞ୍ଜୀକରଣରେ ଯାତ୍ରା ନକରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନା ମୁତାବକ, ଯାତ୍ରୀଙ୍କ ଲାଗି ଆଧାର ପ୍ରାମାଣିତ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ପଞ୍ଜୀକରଣ ବେଳେ ଠିକ୍‌ ମୋବାଇଲ ନମ୍ବର, ଯାତ୍ରୀ ନିଜ ସହ ଛତା, ଗରମ କପଡା ଏବଂ ରେନକୋଟ ନେବାକୁ କୁହାଯାଇଛି। ସେହିଭଳି ଯାତ୍ରା ଅବଧିରେ ସ୍ୱାସ୍ଥ୍ୟ ଠିକ୍‌ ଥିବା ନେଇ ସୂଚନା ଦେବାକୁ କୁହାଯାଇଛି। ନିଜ ସହ ଔଷଧ, ଯାତ୍ରା ସ୍ଥଳର ସୁରକ୍ଷା ସୂଚନା ଏବଂ ଅନଧିକୃତ ବ୍ୟକ୍ତିଙ୍କ ଠାରୁ ସତର୍କ ରହିବା ଭଳି ଦିଗ ପ୍ରତି ସତର୍କ ରହିବାକୁ କୁହାଯାଇଛି।

Leave A Reply

Your email address will not be published.