Latest Odisha News

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଏମ୍‌ ତ୍ରିଭେନ୍ଦ୍ର ସିଂ ରାୱତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ବିଜେପି ରାଜ୍ୟ ୟୁନିଟରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ମଙ୍ଗଳବାର ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିପାରନ୍ତି। ସୂଚନା ଅନୁଯାୟୀ ଆଜି ରାୱତ ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବା ପରେ ସିଏମ ପଦରୁ ଇସ୍ତଫା ଦେବେ।

ତ୍ରିଭେନ୍ଦ୍ର ସିଂ ରାୱତ ଦିଲ୍ଲୀରେ କେନ୍ଦ୍ରୀୟ ବିଜେପି ନେତାଙ୍କୁ ଭେଟିବାର ଗୋଟିଏ ଦିନ ପରେ ଏହା ଘଟିଛି। ଅନେକ ମନ୍ତ୍ରୀ ଓ ବିଧାୟକ ରାୱତଙ୍କ କାର୍ଯ୍ୟ ଶୈଳୀକୁ ନେଇ ଆଶଙ୍କା ପ୍ରକାଶ କରିବା ପରେ ବିଜେପି ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଆଣୁଛି ବୋଲି ଅନୁମାନ କରାଯାଉଛି। ୨୦୧୭ରେ ରାଜ୍ୟସଭାକୁ ଆସିବା ପରେ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରାଯାଇଥିଲା।

Comments are closed.