Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ବଡ଼ ପରଦାକୁ ଫେରିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତା ଉର୍ମିଲା ମାତୋଣ୍ଡକର ଫିଲ୍ମକୁ ଫେରିବାକୁ ଯୋଜନା କରୁଛନ୍ତି। ୨୦୧୮ ରିଲିଜ୍ ବ୍ଲାକମେଲ୍ ର ଏକ ଗୀତରେ ଶେଷ ଥର ପାଇଁ ନଜର ଆସିଥିଲେ ଉର୍ମିଳା।

ଉର୍ମିଲା ମାତୋଣ୍ଡକର ପ୍ରକାଶ କରିଛନ୍ତି ଯେ ସେ ସମସ୍ତେ ଏକ ୱେବ୍ ସିରିଜରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ସେମିତି କିଛି ସୁଯୋଗ ତାଙ୍କ ହାତକୁ ଆସିନି। ସେ ଏକ ଭଲ ସୁଯୋଗକୁ ଅପେକ୍ଷା କରିଛନ୍ତି, ଯାହା ତାଙ୍କ କ୍ୟାରିୟରକୁ ଆହୁରି ଆଗକୁ ନେବ।

ସୂଚନା ଅନୁଯାୟୀ ଗତ ଏପ୍ରିଲରେ, ଏକ ୱେବ୍ ସିରିଜ ପାଇଁ ଉର୍ମିଳା ପ୍ରସ୍ତୁତ ଥିଲେ କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ତାହା ସମ୍ଭବ ହୋଇପାରି ନଥିଲା।

ସେ କହିଛନ୍ତି ଯେ କିଛି ସମସ୍ୟା ହେତୁ ଏହି ପ୍ରୋଜେକ୍ଟ ଅଟକି ରହିଛି କିନ୍ତୁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ସେ ଏଥିପାଇଁ ଆଶା ହରାଇ ନଥିବା ମଧ୍ୟ କହିଛନ୍ତି।

Leave A Reply

Your email address will not be published.