Latest Odisha News

ରୁଦ୍ରପ୍ରୟାଗ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ମୃତକଙ୍କୁ ୨ଲକ୍ଷ ଟଙ୍କାର ସହାୟତା ରାଶି

ଡେରାଡୁନ: ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଘଟଣାରେ ବଢୁଛି ମୃତ୍ୟୁ ଘଟଣା । ଏଯାବତ୍ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଉତ୍ତରାଖଣ୍ଡରେ ରୁଦ୍ରପ୍ରୟାଗ ନିକଟ ରେଙ୍ଗତୋଲୀରେ ବଦ୍ରୀନାଥ ହାଇୱେରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଅଳକାନନ୍ଦା ନଦୀରେ ଖସି ପଡିଥିଲା । ଏହି ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୪ ପହଞ୍ଚିଥିବା ବେଳେ ଆହତମାନଙ୍କ ଚିକିତ୍ସା ଜାରି ରହିଛି ।

ସେପଟେ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସମସ୍ତ ମୃତକ ଓ ଆହତ ମାନଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ମୁଣ୍ଡ ପିଛା ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗୁରୁତର ମାନଙ୍କୁ ୪୦ ହଜାର ଲେଖାଏଁ ଏବଂ ସାମାନ୍ୟ ଆହତ ଲୋକ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।

Leave A Reply

Your email address will not be published.