Latest Odisha News

BREAKING NEWS

ସ୍ଵାସ୍ଥ୍ୟ ପାଇଁ ଉପକାରୀ ସଜନା ଶାଗ, ଏହି ରୋଗ ପାଇଁ ରାମବାଣ

ଭୁବନେଶ୍ଵର: ଆୟୁର୍ବେଦରେ ଏମିତି ଅନେକ ପନିପରିବା ରହିଛି ଯାହା ସ୍ଵାସ୍ଥ୍ୟ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ । ଏହିପରି ଏକ ପରିବା ହେଉଛି ସଜନା । ସଜନା ଗଛରେ ଚେରରୁ ପତ୍ର ପର୍ଯ୍ୟନ୍ତ ଅନେକ ଔଷଧିୟ ଗୁଣ ଭରି ରହିଛି । ଏହାର ପତ୍ର ଫଳ, ମଞ୍ଜି, ଛାଲ, ମୂଳ ଇତ୍ୟାଦି ସବୁ ବ୍ୟବହୃତ ହୁଏ। ସଜନା ଶାଗରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ଭଲ ପରିମାଣର ପୋଷକ ତତ୍ତ୍ୱ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ।

ନିୟମିତ ସଜନା ଶାଗ ଖାଇଲେ ଏଥିରେ ଥିବା କ୍ୟାଲସିୟମ ତତ୍ତ୍ୱ ଅସ୍ଥିକୁ ମଜଭୁତ ରଖିବାରେ ଅନେକାଂଶରେ ସହାୟକ ହୋଇଥାଏ।ଏଥିରେ ଆଉ ଏକ ଉପକାରୀ ଗୁଣ ରହିଛି। ରକ୍ତଚାପକୁ ସନ୍ତୁଳିତ ରଖିବାରେ ଅନେକାଂଶରେ ସାହାଯ୍ୟ କରେ ସଜନା ଶାଗ। ଏହା ଲିଭର୍‌ ସେଲ୍‌କୁ କେତେକାଂଶରେ ସୁରକ୍ଷିତ ରଖିଥାଏ। ମେଦବହୁଳତା ସମସ୍ୟା ସହ ଜଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏହା ମଧ୍ୟ ଉପକାରୀ।ସଜନା ଶାଗ ଶରୀରର ଚର୍ବି ଅଂଶକୁ କମାଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା କେଶମୂଳକୁ ଦୃଢ଼ ରଖିଥାଏ। ଏହା ମଧ୍ୟ ହଜମ ଶକ୍ତିକୁ ଆହୁରି ଦୃଢ଼ କରିଥାଏ। ନିୟମିତ ସଜନା ଶାଗ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରେ। ଆଜ୍‌ମା ରୋଗୀଙ୍କ ପାଇଁ ଏହା ମହୌଷଧି ସଦୃଶ।

Comments are closed.