ଡେରାଡୁନ୍: ଉତ୍ତରାଖଣ୍ଡରେ ପୁଣି ବଢିଲା କରୋନା କଟକଣା। ଏ ନେଇ କ୍ୟାବିନେଟ ମନ୍ତ୍ରୀ ସୁବୋଧ ୟୁନିୟାଲ ସୋମବାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଉତ୍ତରାଖଣ୍ଡରେ ପୂର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଛି।
ମନ୍ତ୍ରୀ କହିଛନ୍ତି ଯେ ଉତ୍ତରାଖଣ୍ଡ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିବା ଲୋକଙ୍କୁ ଆଉ ନେଗେଟିଭ୍ ଆର୍ଟିପିସିଆର୍ ରିପୋର୍ଟ କିମ୍ବା ରାପିଡ୍ ଆଣ୍ଟିଜେନ୍ ରିପୋର୍ଟ ବହନ କରିବାକୁ ପଡ଼ିବ ନାହିଁ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ସପ୍ତାହକୁ ଛଅ ଦିନ ସକାଳ ୮ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲିପାରିବେ।
Comments are closed.