Latest Odisha News

ଉତ୍ତରାଖଣ୍ଡରେ ଜୁନ୍‌ ୨୨ ଯାଏ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍‌: ଉତ୍ତରାଖଣ୍ଡ ସରକାର ଆଜି କରୋନା କର୍ଫ୍ୟୁକୁ ପୁଣି ବୃଦ୍ଧି କରିଛନ୍ତି। ଏହି କର୍ଫ୍ୟୁ ଜୁନ୍‌ ୨୨ ଯାଏ ଲାଗୁ ହେବ।

ପୁର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ୧୫ ଜୁନ୍‌ରେ ଶେଷ ହେବାକୁ ଥିଲା। ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି।

ଚାମୋଲି, ରୁଦ୍ରପ୍ରାୟାଗ୍ ଏବଂ ଉତ୍ତରକାଶିର ଲୋକଙ୍କୁ ବଦ୍ରିନାଥ, କେଦାରନାଥ ଏବଂ ଗଙ୍ଗୋତ୍ରି-ଯମୁନୋତ୍ରି ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି। କେବଳ ନେଗେଟିଭ ଆର୍‌ଟି-ପିସିଆର୍‌ ରିପୋର୍ଟ ଥିବା ଲୋକଙ୍କୁ ଏହି ଅନୁମତି ମିଳିବ।

Comments are closed.