ଉତ୍ତରାଖଣ୍ଡ ହିମସ୍ଖଳନ: ୧୨୫ ନିଖୋଜ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଯୋଶୀମଠ: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଯୋଶୀମଠର ତପୋବନ ଅଞ୍ଚଳରେ ରବିବାର ସକାଳେ ହିମସ୍ଖଳନ ଯୋଗୁଁ ୧୨୫ ଜଣ ନିଖୋଜ ଥିବା ଜଣାପଡିଛି।
ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ପ୍ରାଣ ହରାଇଥିବା ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହା ପୂର୍ବରୁ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହାସହ ଯେଉଁମାନେ ଗୁରୁତର ଭାବେ ଆହତ ହୋଇଛନ୍ତି ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।
ଗ୍ଲେସିୟର ଭାଙ୍ଗିବା ଯୋଗୁଁ ଅଳକାନନ୍ଦା ନଦୀ ଏବଂ ଧୋଲିଗଙ୍ଗା ନଦୀରେ ବନ୍ୟା ଯୋଗୁଁ ସ୍ଥାନୀୟ ଲୋକମାନଙ୍କୁ ହଟାଯାଉଛି। ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଯୋଶୀମଠ ନିକଟରେ ଡ୍ୟାମ ଭାଙ୍ଗିବାର ଖବର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ଆଶ୍ୱାସନା ଦେଇଛନ୍ତି।
Comments are closed.