ଚମୋଲି: ଦେବଭୂମି ଉତ୍ତରାଖଣ୍ଡରେ ରବିବାର ତାଣ୍ଡବ ରଚିଛି ପ୍ରକୃତି। ଗ୍ଲାସିୟର ଭୁଶୁଡିବାରୁ ଆସିଲା ଜଳପ୍ରଳୟ। ତପୋବନ ସ୍ଥିତ ଏନଟିପିସି ପ୍ରକଳ୍ପ ଏଥିରେ ବହୁତ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଉଦ୍ଧାରକାରୀ ଦଳ, ଆଇଟିବିପି ଏବଂ ଏସଡିଆରଏଫର ଯବାନ ମାନେ ଟନେଲ ଗୁଡିକରେ ଫସିଥିବା ଲୋକଙ୍କୁସକୁଶଳ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।
ମାତ୍ର ଆଉ ଏକ ଟନେଲରେ ଅନେକ ଲୋକ ଏବେବି ଫଶି ରହିଥିବା ଆଶଙ୍କା କରାଯାଉଛି। ଏହି ଟନେଲ୍ ବଡ ଥିବା କୁହାଯାଉଛି। ଏଥିରେ କେତେ ଜଣ ଲୋକ ଫସି ରହିଛନ୍ତି ତାହା ଆଜି ସକାଳେ ଭିତରକୁ ଗଲେ ହିଁ ଜଣା ପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ନିଖୋଜ ଶତାଧିକ ଲୋକଙ୍କ ସନ୍ଧାନ ମିଳି ପାରିନାହିଁ। ଅନ୍ୟପଟେ ଆଜି ସକାଳୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇ ଯାଇଛି।
ଗତକାଲି ରାଣୀ ଗାଁରେ ଗ୍ଲାସିୟର ଭାଙ୍ଗିବା ପରେ ନିମ୍ନ ଅଞ୍ଚଳରେ ତାଣ୍ଡବ ରଚିଥିଲା ଜଳ। ସର୍ବପ୍ରଥମେ ତପୋବନ ସ୍ଥିତ ଏନଟିପିସି ପାଓ୍ଵାର ପ୍ରୋଜେକ୍ଟ ଉପରେ ପ୍ରଳୟଙ୍କର ଭାବେ ପାଣି ବହିଥିଲା। ଅଚାନକ ପାଣି ମାଡି ଆସିବାରୁ ଅତର୍କିତ ଭାବେ କିଏ କେଉଁଠି ରହିଯାଇଥିଲେ।
ରିପୋର୍ଟ ଅନୁଯାୟୀ ଏନଟିପିସିର ଏହି ପ୍ରୋଜେକ୍ଟରେ ରବିବାର ଦିନ ପ୍ରାୟ ୧୨୦ ଜଣ କାମ କରୁଥିଲେ। ଏହା ବ୍ୟତୀତ ଅନ୍ୟ ଲୋକ ମଧ୍ୟ ଏଠାରେ କାମ କରୁଥିଲେ। ହେଲେ ନିମିଷକ ମଧ୍ୟରେ ସମସ୍ତେ ପାଣିରେ ଭାସି ନିଖୋଜ ହୋଇ ଯାଇଛନ୍ତି
ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପାଣି ପ୍ରବାହରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ଲୋକ ଭାସି ଯାଇଥିବା ଜଣାପଡିଛି। ଉଦ୍ଧାରକାରୀ ଦଳ ସେମାନଙ୍କ ସନ୍ଧାନରେ ଲାଗିଥିବା ସୂଚନା ମିଳିଛି। ମୃତାହତଙ୍କ ସଂଖ୍ୟା ଆଗକୁ ଆହୁରି ବଢିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Comments are closed.