Latest Odisha News

BREAKING NEWS

ଲଗାଣ ବର୍ଷାରେ କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡରେ ସ୍ଥିତି ବେହାଲ

ନୂଆଦିଲ୍ଲୀ : ଲଘୁଚାପ ପ୍ରଭାବରେ ଦେଶର ପ୍ରାୟ ସବୁ ରାଜ୍ୟରେ ଜାରି ରହିଛି ବର୍ଷା । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡରେ ସ୍ଥିତି ବେହାଲ ହୋଇଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସ୍ଥିତି ବିଗୁଡୁ ଥିବାରୁ ଉତ୍ତରାଖଣ୍ଡରେ ସବୁ ସ୍କୁଲ ବନ୍ଦ କରି ଦିଆଯାଇଛି । ଏହାସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରି ଧାମ ଯାତ୍ରାରେ ମଧ୍ୟ ରୋକ ଲଗାଇଛନ୍ତି ଉତ୍ତରାଖଣ୍ଡ ସରକାର ।

ସେପଟେ ଗତ ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷାଜଳ ଜମି ରହିଛି । ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ, ଗ୍ରେଟର ନୋଏଡ଼ା, ଆଗ୍ରା, ମଥୁରା, ସୋନିପତ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଉତ୍ତରପ୍ରଦେର ଆଲିଗଡ, ମଥୁରା, ଆଗ୍ରା, ହାଥରସ୍ ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ହିମାଚଳ ପ୍ରଦେଶରେ ବି ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ସ୍ଥିତି ବିଗିଡ଼ିବାରେ ଲାଗିଛି । ସ୍ଥିତିକୁ ନଜରରେ ରଖି ବିଭିନ୍ନ ରାଜ୍ୟରେ ହାଇଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.