Latest Odisha News

ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା, ୨୯ରୁ ଅଧିକ ହିନ୍ଦୁଙ୍କ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାଂଲାଦେଶ : ବାଂଲାଦେଶରେ ଥମୁନି ସାମ୍ପ୍ରଦାୟିକ ହିଂସା । ଦୁର୍ଗା ପୂଜା ମଣ୍ଡପ, ଇସ୍କନ ମନ୍ଦିରରେ ହମଲା ପରେ କେତେକ ହିନ୍ଦୁ ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୀରଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଦୁର୍ବୃତ୍ତମାନେ ଶହେରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିବା ବେଳେ ୨୯ରୁ ଅଧିକ ହିନ୍ଦୁ ଘରେ ପୋଡ଼ି ପାଉଁଶ ହୋଇଯାଇଛି । ପୂର୍ବରୁ ବାଂଲାଦେଶର ନୋଆଖାଲିଠାରେ ଥିବା ଇସ୍କନ ମନ୍ଦିରରେ ଭଙ୍ଗାରୁଜା କରାଯିବା ସହ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରାଯାଇଥିଲା ।

ସେହିପରି ଦୂର୍ଗାପୂଜା ବେଳେ ଇସଲାମ ଧର୍ମକୁ ଅସମ୍ମାନ କରାଯିବା ଭଳି ବାର୍ତ୍ତା ପ୍ରଚାର କରାଯାଉଥିବା ଅଭିଯୋଗ ଆଣି ଦଙ୍ଗାକାରୀମାନେ ଦୁର୍ଗା ପୂଜା ଚାଲିଥିବା ବେଳେ ଲୋକଙ୍କୁ ଉପରେ ଆକ୍ରମଣ କରାଯାଇଥିଲା । ଶତାଧିକ ଦଙ୍ଗାକାରୀ ସଂଘବଦ୍ଧ ଭାବେ ଆକ୍ରମଣ କରି ତୁମୁଳକାଣ୍ଡ ଘଟାଇଥିଲେ । ଦୁର୍ଗାପୂଜା ମଣ୍ଡପରେ ଆକ୍ରମଣ ଘଟଣାରେ ଜଣେ ଇସ୍କନ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ସାମ୍ପ୍ରଦାୟିକ ହିଂସା ଘଟାଇଥିବା ଦଙ୍ଗାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କହିଛନ୍ତି । ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଦେଶବ୍ୟାପୀ ଅନଶନ ଡାକରା ଦିଆଯାଇଛି ।

Leave A Reply

Your email address will not be published.