Latest Odisha News

BREAKING NEWS

ଆସିଲା ଉତ୍ତରକାଶୀ ହେଲିକେପ୍ଟର ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ; ଦୁର୍ଘଟଣାର କାରଣ…

ଉତ୍ତରାଖଣ୍ଡ:ମେ ୮ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀର ଗଙ୍ଗନାନୀ ନିକଟରେ ଏରୋଟ୍ରାନ୍ସ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡର ବେଲ୍ ୪୦୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏବେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ଏହି ହେଲିକପ୍ଟର ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି।

ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB)ର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ହେଲିକପ୍ଟରର ରୋଟର ବ୍ଲେଡ୍ ଓଭରହେଡ୍ କେବୁଲରେ ବାଜିଥିଲା, ଯାହା ପରେ ହେଲିକପ୍ଟରଟି ପାହାଡ଼ ତଳକୁ ଖସି ପଡ଼ିଥିଲା। ୨୫୦ ଫୁଟ ଗଭୀର ଖାଇରେ ଗଛରେ ପିଟି ହେବା ପରେ ଏହା ବନ୍ଦ ହୋଇଗଲା। ଏହି ଦୁର୍ଘଟଣାର ମୂଳ କାରଣ ଖୋଜିବା ପାଇଁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସୂଚନାଥାଉକି, ରିପୋର୍ଟରେ ଦାବି କରାଯାଇଛି ଯେ ପାଇଲଟ୍ ଉତ୍ତରକାଶୀ-ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଅବତରଣ ସମୟରେ, ମୁଖ୍ୟ ରୋଟରଟି ରାସ୍ତା ଉପରେ ଥିବା ଏକ ଓଭରହେଡ୍ ଫାଇବର କେବୁଲକୁ ବାଜିଥିଲା , ଯାହା ଫଳରେ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ପରେ, ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ଏହା ବିଷୟରେ ଅବଗତ କରାଯାଇଥିଲା। ଏହା ପରେ DGCA ଏବଂ ବେସାମରିକ ବିମାନ ଚଳାଚଳ ଦଳ ମଧ୍ୟ ଏହି ଦୁର୍ଘଟଣାର ତଦନ୍ତ କରୁଛନ୍ତି।

Comments are closed.