ଉତ୍ତରକାଶୀ:ବୋଧହୁଏ ଆଉ କେଇ ଘଣ୍ଟା ପରେ ଶେଷ ହେବ ପ୍ରତୀକ୍ଷା । ସତର ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇବେ ଶ୍ରମିକ । ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ସୁଡଙ୍ଗ ମୁହଁରେ ଆମ୍ବୁଲାନ୍ସ ଅପେକ୍ଷା କରି ରହିଛି । ଡାକ୍ତରୀ ଟିମ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ବାହାରକୁ ଆସିବା କ୍ଷଣି ସମସ୍ତ ଶ୍ରମିକଙ୍କୁ ପ୍ରଥମେ ଡାକ୍ତରଖାନା ନିଆଯିବ ।
ଏଇ ୧୭ ଦିନ ମଧ୍ୟରେ ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଗୋଟିଏ ପରେ ଗୋଟିଏ ଅଗର ମେସିନ ଖରାପ ହେବା ପରେ ଉଦ୍ଧାର କାର୍ଯ୍ୟ ନେଇ ଅନେକ ଆଶା-ଆଶଙ୍କା ଦେଖା ଦେଇଥିଲା । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଯେଉଁଠି ଦେଶ-ବିଦେଶର ବଡ ବଡ ମେସିନ ଫେଲ ହୋଇ ଯାଉଥିଲେ, ସେଠାରେ କମାଲ କରିଛନ୍ତି ରାଟ ମାଇନର୍ସ ।
#WATCH | Uttarkashi (Uttarakhand) tunnel rescue | Visuals from the Silkyara tunnel where the operation to rescue 41 workers is ongoing.
First visuals of manual drilling ongoing inside the rescue tunnel. Auger machine is being used for pushing the pipe. So far about 2 meters of… pic.twitter.com/kXNbItQSQR
— ANI (@ANI) November 28, 2023
ରାଟ ମାଇନର୍ସ ବର୍ତ୍ତମାନ ସୁଦ୍ଧା ୪ରୁ ୫ ମିଟର ଖୋଳି ସାରିଲେଣି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ କହିବା ଅନୁଯାୟୀ, ୫୨ ମିଟର ପର୍ଯ୍ୟନ୍ତ ପାଇପ ଭିତରକୁ ଯାଇ ସାରିଥିଲା । ଏବେ ୫୭ ମିଟର ଯାଏ ପାଇପ ଭର୍ତ୍ତି କରାଯାଉଛି । ଅର୍ଥାତ ଆଉ ୩ ମିଟର ବାକି ରହିଛି ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ । ଅନ୍ୟପକ୍ଷେ ପାହାଡ ଉପରେ ବି ଭର୍ଟିକାଲ ଡ୍ରିଲିଂ ଚାଳିଛି । ବର୍ତ୍ତମାନ ସୁଦ୍ଧା ୪୨ ମିଟର ଖନନ କାମ ଚାଲିଛି । ୮୬ ମିଟର ଭର୍ଟିକାଲ ଡ୍ରିଲିଂ କରାଯିବ ।
#WATCH | Uttarkashi (Uttarakhand) tunnel rescue | Visuals from the Silkyara tunnel where the operation to rescue 41 workers is ongoing.
Manual drilling is going on inside the rescue tunnel and auger machine is being used for pushing the pipe. As per the last update, about 2… pic.twitter.com/26hw32fChI
— ANI (@ANI) November 28, 2023
ଏଠି କହିରଖିବୁ, ୪୮ ମିଟର ଖନନ ପରେ ଅଗର ମେସିନ ଅଟକି ଯାଇଥିଲା । ପରେ ଏହାକୁ କାଟି ବାହାର କରାଯାଇଥିଲା । ପାଇପ ମଧ୍ୟ ପକା ଯାଇ ସାରିଥିଲା । ରାଟ ମାଇନର୍ସ ୮୦୦ ମିଟର ବ୍ୟାସାର୍ଦ୍ଧ ପାଇପରେ ପଶି ଆବର୍ଜନା ବାହାର କରୁଛନ୍ତି । ଏହା ପରେ ଅଗର ମେସିନ ସହାୟତାରେ ପାଇପ ପକାଯାଉଛି।
#WATCH | Uttarkashi (Uttarakhand) tunnel rescue | Vertical drilling underway at the site of the rescue of 41 workers. pic.twitter.com/DQTFHDtIIq
— ANI (@ANI) November 26, 2023
ଯାହା ବି ହେଉ, ଯେଉଁଠି ମେସିନ ହାର ମାନିଲା ସେଠି ଏଇ ମଣିଷର ହାତ ଦେଖାଇଲା କମାଲ । ଏଠି କହିରଖିବୁ, ୨୦୧୪ରେ ନାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ଶ୍ରମିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ରାଟ ମାଇନର୍ସଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ତଥାପି ଅବୈଧ ରୂପରେ ରାଟ ମାଇନର୍ସ ଖନନ କାମ କରୁଥିଲେ । ମେଘାଳୟରେ ପ୍ରତିବର୍ଷ ଅନେକ ଲୋକ ରାଟ ହୋଲ ମାଇନିଂ ସମୟରେ ଜୀବନ ହରାଇଥିବା ଜାଣିବାକୁ ମିଳିଛି । ହେଲେ ଆଜି ସେ ରାଟ ମାଇନର୍ସ ସାଜିଛନ୍ତି ଭଗବାନ । ଉଦ୍ଧାର କାର୍ଯ୍ୟର ଶେଷ ସ୍ପର୍ଶ ସେଇମାନେ ହଁ ଦେବାକୁ ଯାଉଛନ୍ତି ।
#WATCH | Uttarkashi Tunnel Rescue | Efforts continue to retrieve broken parts of the Auger machine at the Silkyara Tunnel where 41 workers have been trapped since November 12 pic.twitter.com/vX6HztTn22
— ANI (@ANI) November 27, 2023
Comments are closed.