Latest Odisha News

BREAKING NEWS

ରାସ୍ତାରେ ଡ୍ରେନ୍ ପାଣି : ପ୍ରତିବାଦରେ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଧାରଣା

ପାରାଦୀପ:   ଅଠରବାଙ୍କୀ ନିକଟ ନିର୍ମାଣ ଧିନ ଓଭରବ୍ରିଜ୍ ଉପରେ ଧାରଣା ରେ ବସିଲେ ସ୍ଥାନୀୟ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀ। ସୂଚନାନୁଯାୟୀ ପାରାଦୀପ ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ଉପରେ ଡ୍ରେନେଜ ପାଣି ଜମି ହୋଇରହୁଛି। ଯାହା ଫଳରେ ଓଭରବ୍ରିଜ୍ ତଳେ ହୋଇଥିବା ରାସ୍ତାରେ  ସବୁ ସମୟରେ ଡ୍ରେନେଜ ପାଣି ଜମା ହୋଇରହୁଛି  ।ଫଳରେ  ସାଧାରଣ ଲୋକେ ଯାତାୟାତ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ।  

ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରୁଥିବାବେଳେ ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ରାସ୍ତା ଦେଇ ସ୍କୁଲକୁ ଯିବା ଆସିବା କରନ୍ତି  । କିନ୍ତୁ ଏହି ରାସ୍ତା ସମସ୍ୟାକୁ ଦ୍ବିଗୁଣିତ କରୁଛି । ଓଭରବ୍ରିଜ୍ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ଏନେଇ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଛନ୍ତି  । ହେଲେ କିଛି ସୁଫଳ ମିଳିନି ।

ବାଧ୍ୟ ହୋଇ ସ୍କୁଲ ଛାତ୍ରଛାତ୍ରୀ ଏବଂ  ସ୍ଥାନୀୟ ୬ନଂ ଓ୍ବାର୍ଡ ର ବସ୍ତିବାସିନ୍ଦା ମାନେ ଠିକାଦାରଙ୍କ କାର୍ଯ୍ୟ ବନ୍ଦ କରିବା ସହ ଧାରଣା ରେ ବସି ରହିଛନ୍ତି। ସମସ୍ୟା ଦୂର ନକରିବା ପର୍ଯ୍ୟନ୍ତ ଏହି ଧାରଣା ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବସ୍ତିବାସିନ୍ଦା। ପରେ ସ୍ଥାନୀୟ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।

Leave A Reply

Your email address will not be published.