Latest Odisha News

BREAKING NEWS

ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ, ୩ ଛାତ୍ର ମୃତ

ୱାଶିଂଟନ୍: ଆମେରିକାରେ ୟୁନିଭର୍ସିଟି ଅଫ୍ ଭିର୍ଜିନିଆରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏନେଇ ଗୁଳିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଘଟଣାରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ପୁଲିସ ଅଧିକାରୀ ଟିମୋଥି ଲୋଙ୍ଗୋ ପ୍ରତିକ୍ରିୟା ରଖିଛନ୍ତି । ଅଧିକାରୀ କହିଛନ୍ତି ଯେ ଗୁଳି ଚଳାଇଥିବା ୨୨ ବର୍ଷିୟ ଛାତ୍ର ଜଣକ ଗିରଫ ହୋଇଛି ।

ଛାତ୍ର ଜଣକଙ୍କ ନାଁ ଖ୍ରୀଷ୍ଟୋଫର୍ ଡାର୍ନେଲ ଜୋନ୍ସ ଜ୍ର ବୋଲି ଜଣାପଡ଼ିଛି । ଛାତ୍ର ଜଣକ ଭର୍ଜିନିଆ ବିଶ୍ୱବିଦ୍ୟାଳୟ ପରିସରରେ ଫୁଟବଲ ଦଳର ତିନିଜଣ ସଦସ୍ୟଙ୍କୁ ଗୁଳି ଚଳାଇଥିଲା । ଏନେଇ ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିବା ସହ  ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.