Latest Odisha News

BREAKING NEWS

ଉଇଗୁର ମୁସଲମାନଙ୍କୁ ଘୁଷୁରୀ ମାଂସ ଖାଇବାକୁ ବାଧ୍ୟ କରାଉଛି ଚୀନ

ବେଜିଂ: ଉଇଗୁର ମୁସଲମାନଙ୍କ ପ୍ରତି ଚୀନ ଅମାନବୀୟ ବ୍ୟବହାର ଜାରି ରଖିଛି । ମୁସଲମାନଙ୍କ ତ୍ରାଣକର୍ତା ସାଜିଥିବା ପାକିସ୍ତାନ ଓ ତୁର୍କୀ କିନ୍ତୁ ଚୀନ ଭୟରେ ଏଥିନେଇ ମୁହଁ ଖୋଲୁ ନାହାନ୍ତି । ଅଲ ଜଜୀରା ରିପୋର୍ଟ ମୁତାବକ ଚୀନ ଏବେ ପ୍ରତ୍ୟେକ ଶୁକ୍ରବାର ଶରଣାର୍ଥୀ ଶିବରରେ ରହୁଥିବା ମୁସଲମାନଙ୍କୁ ଘୁଷୁରୀ ମାଂସ ଖାଇବାକୁ ଦେଉଛି । ଭୋକ ବିକଳରେ ସେମାନେ ଏହା ଖାଇବାକୁ ବାଧ୍ୟ ହେଉଛନ୍ତି ।

ଚୀନର ଏହି ଅମାନବୀୟ କାର୍ଯ୍ୟ ନେଇ ବାରମ୍ବାର ସ୍ୱର ଉତୋଳନ କରାଯାଉଥିଲେ ମଧ୍ୟ ଡ୍ରାଗନ ଏହାକୁ ଖାତିର କରୁ ନାହିଁ । ଏପରି କି ଏବେ ଉଇଗୁର ରହୁଥିବା ଅଂଚଳରେ ଘୁଷୁରୀ ପାଳନ ଏବଂ ଏହାର ମାଂସ ବିକ୍ରି ପାଇଁ ବଡ ବଡ ଉଦ୍ୟୋଗକୁ ଅନୁମତି ଦିଆଯାଉଛି । ସେରାଗୁଲ ସୌତବେ ନାମକ ଜଣେ ମହିଳା ସେହି ଶିବିରରୁ ଖସି ଆସିବା ପରେ ଏହି ଚାଂଚଲ୍ୟକର କଥା ପଦାରେ ପଡିଛି ।

Leave A Reply

Your email address will not be published.