Latest Odisha News

BREAKING NEWS

କରୋନା ପଜିଟିଭ୍ ହେଲେ ଖେଳାଳି: ଟସ୍ ପୂର୍ବରୁ ସ୍ଥଗିତ ରହିଲା ମ୍ୟାଚ୍

କେପଟାଉନ୍: ମ୍ୟାଚ୍ ପାଇଁ ପ୍ରସ୍ତୁତି ସରିଥିଲା । ମୁହାଁମୁହିଁ ହୋଇଥାନ୍ତେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଟସ୍ ପଡିଥାନ୍ତା, ମ୍ୟାଚ୍ ଆରମ୍ଭ ହୋଇଥାନ୍ତା । ହେଲେ ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଲା ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି ମ୍ୟାଚ୍ ଦିନ କରୋନା ପଜିଟିଭ୍ ଚିହ୍ନଟ ହେବାରୁ ଟସ୍ ପୂର୍ବରୁ ମ୍ୟାଚ୍ ସ୍ଥଗିତ ରଖାଯାଇଛି ।

ମହାମାରୀ କରୋନା ସଂକ୍ରମଣ ପାଇଁ କ୍ରିକେଟ୍ ଇତାହାସରେ ପ୍ରଥମ ଥର ଏପରି ଦେଖିବାକୁ ମିଳିଛି । ଟସ୍ ପଡ଼ିବା ପୂର୍ବରୁ ସ୍ଥଗିତ ରହିଛି ମ୍ୟାଚ୍ । ଆଜି ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ହେବାର ଥିଲା । କିନ୍ତୁ ଟସ୍ ପଡ଼ିବା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି ପଜିଟିଭ୍ ହୋଇଥିବା ଖବର ଆସି ପହଞ୍ଚିଥିଲା । ଖବର ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖିବାକୁ ମିଳିଥିଲା ।

ତୁରନ୍ତ ମ୍ୟାଚ୍ ଅଫିସିଆଲ ସବୁ ଖେଳାଳିଙ୍କୁ କ୍ବାରେଣ୍ଟାଇନକୁ ପଠାଇ ଦେଇଥିଲେ । ଏହା ପରେ ମ୍ୟାଚକୁ ସ୍ଥଗିତ ଘୋଷଣା କରିଥିଲେ । ଦିନିକିଆ ସିରିଜ୍ ପୂର୍ବରୁ ସବୁ ଖେଳାଳିଙ୍କ କରୋନା ଟେଷ୍ଟ ହୋଇଥିଲା । ଆଜି ଆସିଥିବା ରିପୋର୍ଟରେ ଜଣେ ଖେଳାଳି ପଜିଟିଭ୍ ହୋଇଥିଲେ ।

Leave A Reply

Your email address will not be published.