Latest Odisha News

BREAKING NEWS

ଭାରତୀୟ ସିରପ ଖାଇ ଉଜବେକିସ୍ତାନରେ ୧୮ ଛୁଆଙ୍କ ମୃତ୍ୟୁ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଔଷଧ ଖାଇ ବିଦେଶରେ ମରୁଛନ୍ତି ଛୁଆ । ଗାମ୍ବିଆ ପରେ ଉଜବେକିସ୍ତାନ୍ ଆଣିଲା ସାଂଘାତିକ ଅଭିଯୋଗ । ଭାରତରେ ପ୍ରସ୍ତୁତ ସିରପ ଖାଇ ୬୬ ଛୁଆଙ୍କ ମୃତ୍ୟୁ ହୋଇଥିବା ଗତ ଅକ୍ଟୋବରରେ ଅଭିଯୋଗ ଆଣିଥିଲା ଗାମ୍ବିଆ । ଏବେ ଭାରତୀୟ କମ୍ପାନୀ ମାରିଅନ୍ ବାୟୋଟେକ୍ ବିରୋଧରେ ଉଜବେକିସ୍ତାନ୍ ସମାନ ଅଭିଯୋଗ ଆଣିଛି ।

BjdElectrycity

ଉଜବେକିସ୍ତାନର ଅଭିଯୋଗ ଅନୁସାରେ, ଭାରତୀୟ କମ୍ପାନୀର ଔଷଧ ଖାଇ ସେଠାରେ ୧୮ ଛୁଆଙ୍କ ମୃତ୍ୟୁ ହୋଇଛି । ସେଠାକାର ସରକାରଙ୍କ କହିବା ଅନୁସାରେ, କମ୍ପାନୀ ନିର୍ମିତ ଡାର୍କ-୧ ମ୍ୟାକ୍ସ ସିରପ ଏବେ ଭାରତର ବଜାରରେ ବିକ୍ରି ହେଉ ନାହିଁ । ଯାହାକୁ ଖାଇ ୧୮ ଛୁଆଙ୍କ ଜୀବନ ଯାଇଛି ।

ପୂର୍ବରୁ ଗାମ୍ବାର ଅଭିଯୋଗକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇ ତଦନ୍ତ ପାଇଁ କମିଟି ଗଠନ କରିଥିଲେ । ଷ୍ଟାଣ୍ଡିଂ ନ୍ୟାସନାଲ୍ କମିଟି ଅନ୍ ମେଡିସିନର ଉପାଧ୍ୟକ୍ଷ ଡକ୍ଟର ୱାଇ କେ ଗୁପ୍ତା ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା । ତଦନ୍ତ ରିପୋର୍ଟ ଆସିବା ଯାଏ ସିରପ୍ ଉତ୍ପାଦନକୁ ବନ୍ଦ ରଖା ଯାଇଥିଲା । ପ୍ରସ୍ତୁତ ସିରପର ନମୁନାକୁ ଲାବ ଟେଷ୍ଟ ପାଇଁ ପଠା ଯାଇଥିଲା ।

ଗତ ସପ୍ତାହରେ ନେପାଳ ମଧ୍ୟ ୧୬ ଗୋଟି ଭାରତୀୟ ଔଷଧ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଆଫ୍ରିକୀୟ ଦେଶରେ କଫ୍ ସିରପକୁ ନେଇ ମୃତ୍ୟୁ ଡବ୍ଲୁଏଚ୍ଓ ଚେତାବନୀ ଜାରି କରିଥିଲା । ଯାହା ପରେ ନେପାଳ ୧୬ଟି ଭାରତୀୟ ଔଷଧ କମ୍ପାନୀ ଠାରୁ ଆମଦାନୀ ବନ୍ଦ କରିଥିଲା ।

Leave A Reply

Your email address will not be published.