Latest Odisha News

BREAKING NEWS

ରଣଜୀ ଟ୍ରଫି: ହରିୟାଣାର ୩୩୮ ରନ ଜବାବରେ ଓଡିଶା ୨୦୪/୩

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ହରିୟାଣା ବିପକ୍ଷରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୩ ୱିକେଟ ବିନିମୟରେ ୨୦୪ ରନ ସଂଗ୍ରହ କରିଛି । ଅନୁରାଗ ଷଡଙ୍ଗୀ ଓ ଶାନ୍ତନୁ ମିଶ୍ର ଅର୍ଦ୍ଧଶତକ ହାସଲ କରିଥିଲେ । ଅନୁରାଗ ୬୩ ଓ ଶାନ୍ତନୁ ୬୦ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଷ୍ଟମ୍ପସ ଅପସାରଣ ବେଳକୁ ଶୁଭ୍ରାଂଶୁ ସେନାପତି ୪୨ ଓ କାର୍ତିକ ବିଶ୍ୱାଳ ୨୯ ରନ କରି ଅପରାଜିତ ରହିଛନ୍ତି । ହରିୟାଣା ପକ୍ଷରୁ ୟୁଜଭେନ୍ଦ୍ର ଚହଲ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ୩୦୬/୫ରୁ ହରିୟାଣା ବ୍ୟାଟିଂ ଆରମ୍ଭ କରିଥିଲା । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ମାତ୍ର ୨୮ ରନରେ ଦଳ ବାକି ୫ଟି ୱିକେଟ ହରାଇଥିଲା । ନିଶାନ୍ତ ସିନ୍ଧୁ ୧୪୨, ରୋହିତ ଶର୍ମା ୫୫ ରନ କରିଥିଲେ ।

ଓଡିଶା ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ସୂର୍ଯ୍ୟକାନ୍ତ ପ୍ରଧାନ ମାତ୍ର ୯୩ ରନରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରୟାଶ ସିଂ ୩ଟି ୱିକେଟ ନେଇଥିଲେ । ପୂର୍ବ ୨ଟି ମ୍ୟାଚ ତୁଳନାରେ ଓଡିଶା ଖେଳାଳିମାନେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରିଛନ୍ତି । ତେବେ ହରିୟାଣା ଏକ ଶକ୍ତିଶାଳୀ ଟିମ ହୋଇଥିବାରୁ ପ୍ରଥମ ଇନିଂସରେ ବଡ ଅଗ୍ରଣୀ ଓଡିଶାକୁ ସବୁ ଦିଗରୁ ଫାଇଦାର ରଖିବ ।

Leave A Reply

Your email address will not be published.